spot_img

Latest Posts

ଦୁଇ ନୂତନ ନିର୍ବାଚନ କମିଶନଙ୍କ ନିଯୁକ୍ତି

ନନ୍ଦିଘୋଷ ବ୍ୟୁରୋ: ଦୁଇ ନୂତନ ନିର୍ବାଚନ କମିଶନଙ୍କ ନିଯୁକ୍ତି। ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ହେଲେ ନୂତନ ନିର୍ବାଚନ କମିଶନର। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଗଠିତ ନିତି କମିଟି ଦୁଇ ନୂତନ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିୟୁକ୍ତି ପ୍ଯାନେଲରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ଥିଲେ।

। ପୂର୍ବତନ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ସ୍ଵେଚ୍ଛାକୃତ ଅବସର ଏବଂ ନିର୍ବାଚନ କମିଶନରଙ୍କ ଅନୁପ ପାଣ୍ଡେଙ୍କ ଅବସର ପରେ ଦୁଇ ପଦବୀ ଖାଲି ପଡିଥିଲା। ଏବେ   ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକାକୀ ଥିଲେ।  ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇ ପଦବୀ ପୂରଣ କରାଯାଇଛି। ଏହି ଖାଲି ପଦବୀ ପୂରଣ ଲାଗି ପ୍ରଧାନମନ୍ତ୍ରୀଙ୍କ ନେତୃତାଧିନ କମିଟି ଅନ୍ତିମ ନିଷ୍ପତ୍ତି ନେଇଛି।

Latest Posts

Don't Miss