spot_img

Latest Posts

ମେ ୨୦ରେ ଓଡିଶାର ୫ ଲୋକସଭା ଆସନ ପାଇଁ ମତଦାନ, ଆଜି ସରୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ମୋଟ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ ଲୋକସଭା ଆସନ ଲାଗି ପ୍ରଚାର ଶେଷ ଦିନ। ଏହି ୪୯ ଆସନ ମଧ୍ୟରେ ରହିଛି ଓଡ଼ିଶାର ୫ ଲୋକସଭା ଆସନ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାରେ ଆସନ୍ତା ୨୦ ତାରିଖରେ ଭୋଟଗ୍ରହଣ ହେବ। ଏଥିଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର।

ଓଡ଼ିଶାର ଏହି ୫ ଲୋକସଭା ଆସନ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ ଆସନରେ ଭୋଟଗ୍ରହଣ ହେବ। ମହାରାଷ୍ଟ୍ରର ମୋଟ ୪୮ ଆସନ ମଧ୍ୟରୁ ୧୩ ଆସନରେ ଭୋଟଗ୍ରହଣ ହେବ। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଭୋଟଗ୍ରହଣରେ ବିହାରର ୫ ଆସନ, ଝାଡଖଣ୍ଡର ୩, ଉତ୍ତରପ୍ରଦେଶର ୧୪, ପଶ୍ଚିମବଂଗର ୭ ଆସନରେ ଭୋଟ ନିଆଯିବ।

ପଞ୍ଚମ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ବାରାମୁଲା ଏବଂ ଲଦାଖ ଆସନରେ ମଧ୍ୟ ଭୋଟଗ୍ରହଣ ହେବ। ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ସୁଦ୍ଧା ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିଲରେ ପୋଲିଂ ପାର୍ଟି। ପୋଲିସ ପକ୍ଷରୁ ନିର୍ବାଚନ ଲାଗି ବ୍ଯାପକ ବନ୍ଦୋବସ୍ତ କରାଯାଇଛି।

Latest Posts

Don't Miss