ବିଲରେ କାମ କରୁଥିବା ବେଳେ ବୃଦ୍ଧଙ୍କୁ ଦଳି ମାରିଲା ହାତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ଉପଦ୍ରବ । ବିଲରେ କାମ କରୁଥିବାବେଳେ ଦଳିଦେଲା ଦନ୍ତା । ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ବାରକୋଟିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶ୍ରୀରାମପୁର ଗାଁର ଘନ ମୁଣ୍ଡା । ବିଲରେ କାମ କରୁଥିବାବେଳେ ହାତୀ ଆକ୍ରଣରେ ତାଙ୍କର ମୃତ୍ୟୁ ହୋଇଛି । ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ଏବେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଘରୁ ବାହାରିବା ପାଇଁ ଭୟ କରୁଛନ୍ତି ଲୋକେ ।