୧୦୫ ବର୍ଷୀୟ ବାପାଙ୍କୁ ଗୀତ ଗାଇ ଶୁଣାଇଲେ ୭୫ ବର୍ଷୀୟ ପୁଅ

1 min read

ନୂଆଦିଲ୍ଲୀ: ବାପା ପୁଅଙ୍କ ଭିତରେ ସମ୍ପର୍କ ନିଆରା ହୋଇଥାଏ । ବାପା, ପୁଅ କିମ୍ବା ଝିଅମାନଙ୍କୁ ସିଧାସଳଖ ପ୍ରେମ ନ ଦେଖାଇଲେ ବି ମନ ଭତରେ ସବୁବେଳେ ଅଗାଢ ପ୍ରେମ ଭରିକି ଥାଏ । ବେଳେବେଳେ ବାପା ପୁଅଙ୍କ ବଣ୍ଡିଂର ଭିଡିଓ ଭାଇରାଲ ବି ହୁଏ ।

ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ବାପାଙ୍କ ପାଇଁ ପୁଅ ଗୀତ ଗାଉଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ ଭାଇରାଲ ହେଉଥିବା ଭିଡିଓରେ ଯେଉଁ ବାପା ଏବଂ ପୁଅ ଅଛନ୍ତି ସେମାନଙ୍କ ବୟସ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଭିଡିଓରେ ପୁଅଙ୍କ ବୟସ ହେଉଛି ୭୫ ବର୍ଷରୁ ଅଧିକ ଏବଂ ବାପାଙ୍କ ବୟସ ହେଉଛି ୧୦୫ ବର୍ଷରୁ ଅଧିକ । ବାପା ବେଡରେ ଶୋଇଥିଲାବେଳେ ପୁଅ ଗୀତ ଗାଇ ଶୁଣାଉଛନ୍ତି । ପ୍ରଥମେ ପୁଅ ବାପାଙ୍କ ପାଖରେ କିଛି ଗୋଟେ କହୁଛନ୍ତି, ତା ପରେ ସିଟି ବଜାଇ ଗୀତ ଗାଉଛନ୍ତି । କିଛି ସମୟ ପରେ ବାପା ମଧ୍ୟ କିଛି ଗୁଣୁଗୁଣୁ ହୋଇ କହୁଛନ୍ତି ।

୧୬ ଫେବୃଆରୀରେ ଟ୍ବିଟ ହୋଇଥିବା ଏହି ଭିଡିଓକୁ ବହୁ ୟୁଜର ରିଟ୍ବିଟ କରୁଛନ୍ତି । ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।