ଷଣ୍ଢ ଆକ୍ରମଣରେ ଚାଲିଗଲା ଜୀବନ, ସ୍ଥାନୀୟବାସିନ୍ଦାଙ୍କ ରାସ୍ତାରୋକ
![](https://nandighoshatv.com/wp-content/uploads/2025/02/AVO_BBSR_BULL_ATTACK-1024x576.jpg)
ଭୁବନେଶ୍ବର: ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣକର ଜୀବନ । ଷଣ୍ଢଙ୍କ ଆତଙ୍କରେ ଲୋକ ଭୟଭୀତ ଥିବା ବେଳେ ଏହାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକ । ଷଣ୍ଢ ଆତଙ୍କର ପ୍ରତିବାଦ କରିବା ପାଇଁ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଘଟଣା ହେଉଛି ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ଇଂଜଣା ଓ ବରିମୁଣ୍ଡ ଅଞ୍ଚଳର । ବୁଲା ଷଣ୍ଢର ଦୌରାତ୍ମରେ ଲୋକେ ଅତିଷ୍ଠ । ବୁଲା ଗାଈଗୋରୁ ଓ କୁକୁରଙ୍କ ଯୋଗୁଁ ପ୍ରତିଦିନ ଛୋଟ ମୋଟ ଅଘଟଣ ଘଟୁଛି। ଗତ ସପ୍ତାହରେ ୫ ଜଣ ଆହତ ହୋଇଥିଲେ ।
ଗତକାଲି ରାତିରେ ଆଉ ଜଣକୁ ଷଣ୍ଢ ଆକ୍ରମଣ କରିଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଲୋକଙ୍କ ସହିବାର ସୀମା ଟପିଛି । ସ୍ଥାୟୀ ପ୍ରତିକାର ଦାବିରେ ରାସ୍ତାରେ ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ । ପ୍ରଶାସନ ପକ୍ଷରୁ ସମାଧାନ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।