ବୃଦ୍ଧ ଦମ୍ପତ୍ତିଙ୍କ ସେଲ୍ଫି ଭାଇରାଲ୍

1 min read

ପ୍ରେମର ନାହିଁ ସୀମା ସରହଦ ନା ବୟସର ଅପରାହ୍ନ । ଖାଲି ଯାହା ଆବଶ୍ୟକ ଥାଏ ଦୁହେଁ ଦୁହିଁଙ୍କ ସାଥିରେ ସବୁ ପରିସ୍ଥିତିର ସାମ୍ନା କରିବା ଏବଂ ସାରା ଜୀବନ ଖୁସିରେ ରହିବା । ଏଭଳି ଭଲ ପାଇବା ଦେଖିବାକୁ ମିଳିଥିଲା କଲିକତାର ଦୂର୍ଗା ପୂଜା ସମୟରେ । କାନ୍ଧରେ ହାତ ପକାଇ ସେଲ୍ଫି ନେବା ଠାରୁ ହାତକୁ ହାତ ଛନ୍ଦି ପୁରା ଦୂର୍ଗା ପୂଜାର ମଜା ନେଇଛନ୍ତି ଏହି ଦମ୍ପତି  ।

ବୃଦ୍ଧ ବ୍ୟକ୍ତି ଜଣକ କୁର୍ତ୍ତା ପଞ୍ଜାବି ପିନ୍ଧିଥିବା ବେଳେ ସୁନ୍ଦରୀ ବୃଦ୍ଧା ଜଣକ  ଶାଢ଼ିରେ ଖୁବ୍ ଝଲସୁଥିଲେ । ଉଭୟଙ୍କର ଏକ ଫଟୋ ଫେସବୁକ୍‌ରେ ଭାଇରାଲ ହେବାରେ ଲାଗିଛି  । ଯୁବ ପିଢ଼ି ସବୁ ସମୟରେ ନିଜର ସାଙ୍ଗ ବା ପ୍ରେମିକ ମାନଙ୍କ ସହ ସେଲ୍ପି ନେବାରେ ଆମେ ଦେଖିଛେ  । କିନ୍ତୁ ଦୃଦ୍ଧ ଦମ୍ପତି ଏଭଳି ସେଲ୍ପି ନେବାର ଦୃଶ୍ୟ ଆମେ ଖୁବ କମ୍‌ ସମୟରେ ଦେଖିଥିବା ।  ପୂଜା ପେଣ୍ଡାଲ ସାମ୍ନାରେ ଏହି ଦମ୍ପତି ସେଲ୍ଫି ନେଉଥିବା ବେଳେ ଏହି ଫଟୋଟି କେହି ଜଣେ ଉଠାଇଥିଲେ । ଯାହାକୁ ଭାଇରାଲ କରିଛନ୍ତି କଲିକତା ସହରର ଜଣେ ମହିଳା ଅଞ୍ଜନା ବାନାର୍ଜୀ  ।

ତେବେ ଅଞ୍ଜନା ଏହି ଫଟୋ ତଳେ କ୍ୟାପସନ୍‌ରେ ଦେଇଛନ୍ତି କି ପ୍ରେମ ପାଇଁ ବୟସର ଆବଶ୍ୟକତା ନଥାଏ । ଏହି ଫଟୋରେ ୮ ହଜାରରୁ ଅଧିକ ଲାଇକ୍ ହେବା ସହ ୬ ହଜାରରୁ ଅଧିକ ଥର ସେୟାର ହୋଇସାରିଲାଣି। ଏହି ଫଟୋଟିରେ ଲଭ୍‌ ସିମ୍ବଲର କମେଣ୍ଟ୍‌ ଅଧିକ ଥିବା ବେଳେ ଯୁବପିଢ଼ିଙ୍କୁ ଏହା ଖୁବ୍ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି ।

  ')}

Leave a Reply