ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ହରାଇଲା ପ୍ରାଣ

ନୂଆପଡ଼ା: ଘରୋଇ କଳହରୁ ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି । ନୂଆପଡ଼ା କୋମନା ଥାନା ହରିଜନ ପଡ଼ାରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି । ମୃତକଙ୍କ ନାମ ଶିବା ହରପାଲ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଶିବା ହରପାଲ ଓ ସାନ ଭାଇ ବିଦ୍ୟା ହରପାଲଙ୍କ ଭିତରେ କୈାଣସି କଥାକୁ ନେଇ ବଚସା ହୋଇଥିଲା । କଥାରେ ଉତକ୍ଷିପ୍ତ ହୋଇ ସାନଭାଇ ବିଦ୍ୟା ଟାଙ୍ଗିଆରେ ନିଜ ଭାଇକୁ ଆକ୍ରମଣ କରିଥିଲା ।
ତେବେ ଗୁରୁତର ଅବସ୍ଥାରେ ଶିବାଙ୍କୁ ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୋଲିସ । ଏହାସହ ହତ୍ୟାକାରୀକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।