spot_img

Latest Posts

ବଡ଼ ଭାଇର ତଣ୍ଟି ଉପରେ ଛିଡ଼ା ହୋଇ ନିର୍ଦ୍ଧୁମ ପିଟିଲା ସାନ ଭାଇ, ଭିଡିଓ ହେଲା ଭାଇରାଲ

ବାଲେଶ୍ୱର: ଦୋକାନ ଘରକୁ ନେଇ ମାରପିଟ୍‌ର ଭିଡିଓ ଭାଇରାଲ। ସ୍ପଷ୍ଟ ଦିବାଲୋକରେ ବିଚ ବଜାରରେ ଦୁଇ ଭାଇଙ୍କ ମଧ୍ୟରେ ଦୋକାନ ଘରକୁ ନେଇ ମାଡ଼ପିଟ ଓ ଆକ୍ରମଣର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭାଇ ବାହ୍ୟ ଶତ୍ରୁ ମାନଙ୍କ ଠାରୁ ନିଜ ଭାଇକୁ ବଞ୍ଚାଇବା କଥା ସେଇ ଭାଇ ଆଜି ନିଜ ଭାଇ ପାଇଁ ଶତ୍ରୁ ପାଲଟିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ସଜନାଗଡ଼ ବଜାରରେ ଘଟିଛି ଅଭାବନୀୟ ଘଟଣା।

ଦୋକାନ ଗୃହକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଏପରିକି ଜଣେ ବ୍ୟକ୍ତିକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସଜନାଗଡ଼ ବଜାରରେ ବିଶ୍ୱନାଥ ବେହେରାଙ୍କ ର ଏକ ଜଳଖିଆ ଦୋକାନ ରହିଛି। କିଛିଦିନ ପୂର୍ବରୁ ତାଙ୍କ ବଡ଼ଭାଇ ରଘୁନାଥଙ୍କ ସହ ଏହି ସ୍ଥାନକୁ ନେଇ ମାମଲା ଚାଲିଥିଲା। ଏପରିକି କୋର୍ଟଙ୍କ ନିର୍ଦେଶରେ ପଡିଥିଲା ତାଲା। ହେଲେ କୋର୍ଟଙ୍କ ନିର୍ଦେଶକୁ ଖାତିର ନକରି ରଘୁନାଥ ତାଙ୍କ ପରିବାରଙ୍କ ସହ ଜୋର କରି ତାଲା କୁ ଭାଙ୍ଗିବା ବେଳେ ବିଶ୍ୱନାଥ ପ୍ରତିବାଦ କରିଥିଲେ।

ଉତକ୍ଷିପ୍ତ ହୋଇ ବିଶ୍ୱନାଥଙ୍କୁ ମିଳିତ ଭାବେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି। ତାଙ୍କୁ ପଥରରେ ଆକ୍ରମଣ କରାଯାଉଥିବା ବେଳେ ଅଞ୍ଚଳବାସୀ ସବୁ ଦେଖି ଚୁପ ରହିଥିଲେ। ଗୁରୁତର ଭାବେ ବିଶ୍ୱନାଥ ହସ୍ପିଟାଲରେ ଭର୍ତିହେବା ସହ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଗୁରୁତର ବିଶ୍ୱନାଥଙ୍କ ନାମରେ ଏକ ପାଲଟା ଅଭିଯୋଗ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Latest Posts

Don't Miss