ଏନସିପିର ମିଶ୍ରଣ ନେଇ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ମଧ୍ୟରେ କନ୍ଦଳ

ମୁମ୍ବାଇ: ମହାରାଷ୍ଟ୍ରରେ ଏନଡିଏ ସହ ମିଶି ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ । ଆଗକୁ ସେମାନଙ୍କ ବିରୋଧରେ କୌଣସି ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ ଆଶଙ୍କା କଲେଣି । ବିଜେପି ସଂଖ୍ୟା ଗଣିତରେ ଏବେ ବହୁ ଆଗରେ ରହୁଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ସରକାରରୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏପଟେ ଏନଡିଏ ସହ ମିଶି ସରକାର ଗଠନ କରିବା ଅଜିତ ପାଓ୍ବାରଙ୍କ ପାଇଁ ହଠାତ ଯୋଜନା ନଥିଲା । ୨ ତାରିଖରେ ଏନଡିଏ ସହ ମିଶିଥିବା ବେଳେ ୩୦ ତାରିଖରେ ହିଁ ଏନସିପି ଅଧ୍ୟକ୍ଷ ଭାବେ ଶରଦ ପାଓ୍ବାରଙ୍କୁ ହଟାଇ ଅଜିତ ପାଓ୍ବାର ଅଧ୍ୟକ୍ଷ ହୋଇଥିଲେ  । ଗତ ଜୁନ୍ ୩୦ ତାରିଖରେ ହିଁ ଏନସିପି ଉପରେ ତାଙ୍କର ନିୟନ୍ତ୍ରଣ ଓ ଦଳୀୟ ଚିହ୍ନ ଉପରେ ଦାବି କରି ସେ ନିର୍ବାଚନ କମିଶନକୁ ଚିଠି ଲେଖିଥିଲେ । ୪୦ ଜଣ ବିଧାୟକ ତାଙ୍କ ସମର୍ଥନରେ ଥିବା ଏବେ ବି ସେ ଦାବି କରୁଛନ୍ତି । ଯଦିଓ ଗତକାଲିର ବୈଠକରେ ୩୦ ବିଧାୟକ ଅଜିତଙ୍କ ସହ ଥିବା ଦେଖିବାକୁ ମିଳିଥିଲା । ବୈଠକ ପରେ ଶରଦ ପାଓ୍ବାରଙ୍କୁ ସମାଲୋଚନା କରିଥିଲେ । ଏପଟେ ଆଜି ଦିଲ୍ଲୀ ଗସ୍ତରେ ଅଛନ୍ତି ବୋଲି ଶରଦ ପାଓ୍ବାର । ଦିଲ୍ଲୀରେ ସ୍ବତନ୍ତ୍ର ବୈଠକରେ ରାଜ୍ୟ ରାଜନୀତି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।