ଶିବସେନାର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଯୁକ୍ତ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିଥିଲେ । ଏହି ବୈଠକରେ ଏକନାଥ ସିନ୍ଦେଙ୍କୁ ଦଳର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ନିର୍ବାଚନ କମିଶନ ନିକଟରେ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ରୂପରେ ମାନ୍ୟତା ଦେଇଥିଲେ ଏବଂ ତାଙ୍କୁ ଧନୁ ଓ ତୀର ନିର୍ବାଚନୀ ଚିହ୍ନ ମଧ୍ୟ ଦେଇଥିଲେ । ଆଜିର ଏହି ବୈଠକରେ ଶିବସେନାର ବିଧାୟକ, ସାଂସଦ ଏବଂ ଅନ୍ୟ ନେତା ସାମିଲ ଥିଲେ ।

ମହାରାଷ୍ଟ୍ରର ଉଦ୍ୟୋଗ ମନ୍ତ୍ରୀ ଉଦୟ ସାମନ୍ତ ବୈଠକ ପରେ କହିଥିଲେ ଆଜି ଆମେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବୈଠକ କରିଥିଲୁ । ଏକନାଥ ସିନ୍ଦେ ଆମର ଶିବସେନା ଦଳର ପ୍ରମୁଖ ହେବେ । ଆମେ ତାଙ୍କୁ ଶିବସେନାର ନେତା ଭାବେ ସ୍ୱୀକାର କରୁଛି । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୁପ୍ରିମକୋର୍ଟଙ୍କ ପାଖରେ ନିର୍ବାଚନ ଆୟୋଗର ଆଦେଶକୁ ରଦ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । କୋର୍ଟ ବୁଧବାର ଅର୍ଥାତ ୨୨ ତାରିଖ ଅପରାହ୍ନରେ ଏହା ଉପରେ ଶୁଣାଣି କରିବେ ।