spot_img

Latest Posts

ବିଲରେ ଛେଳି କାହିଁକି ପଶିଲା ବୋଲି ୮ବର୍ଷର ଶିଶୁକୁ ପିଟିପିଟି ହତ୍ୟା

ମୟୂରଭଞ୍ଜ: ବାଦାମପାହାଡ଼ ଥାନା ଅନ୍ତର୍ଗତ ବାସାଘୁଟୁ ଗାଁର ଦେଵେନ୍ଦ୍ର ହେମ୍ୱ୍ରମ୍‌ଙ୍କ ୮ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗରେ ବାସଘୁଟୁ ଗାଁର ଲାଲମୋହନ ତିରିଆ (୪୫)କୁ ଗିରଫ କରିଛି ପୋଲିସ । ଏହା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

            ଘଟଣା ମୁତାବକ ଦେବେନ୍ଦ୍ର ହେମ୍ୱ୍ରମ୍‌ଙ୍କ  ୮ ବର୍ଷ ର ଶିଶୁ ପୁତ୍ର ଦଶରଥ ଶନିବାର ଦିନ ଛେଳି ଚରାଇବାକୁ ଯାଇ ଘରକୁ ଫେରି ନ ଥିଲା । ଘର ପାଖରୁ ୧ କିମି ଦୂର ଵାସାଘୁଟୁ-ତୁଣ୍ଟିପାଣି ଗାଁ ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଖବର ପାଇ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ବାଦାମପାହାଡ ଥାନା ଅଧିକାରୀ ବିଜୟ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ କରିଥିଲେ ।ପରେ ସନ୍ଧାନି ପୋଲିସ କୁକୁର ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରାଯାଇଥିଲା । ଏହାକୁ ନେଇ ଛୁଆର ମା’ ଯବାନୀ ହେମ୍ୱ୍ରମ୍‌ଙ୍କ ଲିଖିତ ଅଭିଯୋଗ ନେଇ ଏକ ହତ୍ଯା ମାମଲା କେସ୍ ନଂ ୭୮/୨୦ ରୁଜ୍ଜୁ କରାଯାଇଛି । ପୋଲିସ ତଦନ୍ତ କରି ବାସଘୁଟୁ ଗ୍ରାମର ଲାଲମୋହନ ତିରିଆ(୪୫)କୁ ମଙ୍ଗଳବାର ଦିନ ଗିରଫ କରିବା ସହ କୋର୍ଟ ଚାଲାଣ କରୁଛି । ଶନିବାର ଦିନ ଛେଳି ଚରାଇବାକୁ ଯାଇଥିବା ବେଳେ ଛେଳିଗୁଡିକ ଅଭିଯୁକ୍ତ କରିଥିବା ପରିବା ଚାଷ କିଆରିରେ ପଶିଯାଇଥିଲା । ଏ ନେଇ ଅଭିଯୁକ୍ତ ଲାଲ୍ ମୋହନ ମୃତ ଶିଶୁ ଦଶରଥ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡ଼ିଥିଲା । ଏବଂ ଦଶରଥକୁ ମାଡ଼ ମାରିବାରେ ଲାଗିଥିଲା ଫଳରେ ତାହାର ମୃତ୍ୟୁ ଘଟିଥିଲା । ପରେ ଶିଶୁକୁ ବାସାଘୁଟୁ-ତୁଣ୍ଟିପାଣି ଗ୍ରାମ୍ଯ ନିଛାଟିଆ ରାସ୍ତା କଡରେ ଫୋପାଡ଼ି ଦେଇଥିଲା  ବୋଲି ପୋଲିସ ସମ୍ମୁଖରେ ଆସାମୀ ସ୍ବୀକାର କରୁଛି ।ଶିଶୁ ମୃତ୍ୟୁ ନେଇ ବାସାଘୁଟୁ ଗାଁରେ ଶୋକର ଛାୟା ଖେଳିଯାଇଛି ।ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ବାଦାମପାହାଡ ଥାନା ଅଧିକାରୀ ବିଜୟ ମୁର୍ମୁଙ୍କ ଠିକଣା ସମୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ହତ୍ଯାକାରୀ ଲାଲମୋହନ ତିରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ଘଟାଇବା ର ୯୬ ଘଣ୍ଟା ମଧ୍ୟରେ ଶିଶୁ ମୃତ୍ୟର ପର୍ଦାଫାଶ କରି ଅପରାଧୀ କୁ ଗିରଫ କରି ଥିବାରୁ ପୋଲିସର ସଫଳତାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।

Latest Posts

Don't Miss