ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ୍-ଉଲ୍-ଫିତର ଶୁଭେଚ୍ଛା
1 min readଭୁବନେଶ୍ୱର: ଆଜି ମୁସଲମାନ ଭାଇ ଭଉଣୀମାନଙ୍କ ପବିତ୍ର ପର୍ବ ଇଦ୍-ଉଲ୍-ଫିତର । ଏହି ପବିତ୍ର ଅବସରରେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ କରୋନା ପ୍ରତିରୋଧ କରିବା ପାଇଁ ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନ କରିବା ସହ ସମସ୍ତଙ୍କ ସହଯୋଗର ଏହି ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ପବିତ୍ର ଇଦ୍-ଉଲ୍-ଫିତର୍ ପର୍ବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। କରୋନା ପ୍ରତିରୋଧ ପାଇଁ ସାମାଜିକ ଦୂରତା କଡ଼ାକଡ଼ି ପାଳନ କରିବା ସହ ସମସ୍ତଙ୍କ ସହଯୋଗରେ ଏହି ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବା ବୋଲି ସେ କହିଛନ୍ତି। #EidMubarak pic.twitter.com/daSIPJDlPw
— CMO Odisha (@CMO_Odisha) May 25, 2020
ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ରାଜ୍ୟର ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ପର୍ବ ଇଦ୍-ଉଲ୍-ଫିତର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ଏବଂ କରୋନା ବିରୋଧରେ ଓଡ଼ିଶାର ଲଢେଇ ରେ ଏକ ମନ ଏକ ପ୍ରାଣ ହୋଇ ସାମିଲ ହେବାକୁ ଆହ୍ନାନ ଦେଇଛନ୍ତି।
ପବିତ୍ର ଇଦ୍ ଉଲ୍ ଫିତର ଅବସରରେ ମାନ୍ୟବର ରାଜ୍ୟପାଳ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। କରୋନା ବିରୋଧରେ ଓଡ଼ିଶାର ଲଢେଇ ରେ ଏକ ମନ ଏକ ପ୍ରାଣ ହୋଇ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। #EidMubarak#HappyEidAlFitr pic.twitter.com/qJ9xclv2Wy
— Governor Odisha (@GovernorOdisha) May 25, 2020