ଆଜି ମୁସଲମାନ ଭାଇ ଭଉଣୀଙ୍କ ବଡ଼ ପର୍ବ ଇଦ୍, ଚଳଚଞ୍ଚଳ ହୋଇଛି ସବୁ ମସଜିଦ ଓ ଇଦଗା ମୈଦାନ

1 min read

ଭୁବନେଶ୍ୱର: ଆଜି ମୁସଲମାନ ଭାଇ ଭଉଣୀଙ୍କ ବଡ଼ ପର୍ବ ଇଦ୍ । ଚଳଚଞ୍ଚଳ ହୋଇଛି ରାଜ୍ୟର ସବୁ ମସଜିଦ୍ ଓ ଇଦଗା ମୈଦାନ । ଭାଇଚାରାର ସହର କଟକରେ ସକାଳୁ ସକାଳୁ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ଼ ଦେଖିବାକୁ ମିଳିଛି । ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ସଭିଁଏ । ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ ।

ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଇସଲାମ ଧର୍ମାବଲମ୍ବୀମାନେ ଏହି ପର୍ବରେ ଭଗବାନ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି ।