କୋଟିପତି ଭିକାରୀ: ବ୍ୟାଙ୍କ୍‌ ଆକାଉଣ୍ଟରୁ ମିଳିଲା ୧ କୋଟିରୁ ଅଧିକ ଟଙ୍କା ଏବଂ ୫ଟି ଘର

ନୂଆଦିଲ୍ଲୀ: ଭିକାରୀ ଭିକ ମାଗି ଆଜି ଧନୀ । ଆଜିର ଦୁନିଆରେ ଭିକାରୀ ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଛକରେ ଆପଣକୁ ୧୦ ରୁ ଅଧିକ ଭିକାରୀ ଭିକ ମାଗୁଥିବା ଦେଖିବାକୁ  ମିଳିବେ । ସେମାନଙ୍କ ମଧ୍ୟରେ ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ମହିଳା ଏବଂ ପୁରୁଷ ମଧ୍ୟ ରହିଥାନ୍ତି । ତେବେ କେବେ ଆପଣ ଭାବିଛନ୍ତି ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଥିବ ?  ଭିକାରୀଙ୍କ ଆକାଉଣ୍ଟରେ କଣ ଏତେ ଟଙ୍କା ଥାଇପାରେ ? ଯିଏ ରାସ୍ତା କଡ଼ରେ ଆଶ୍ରୟ ନିଏ ତାର କଣ କେବେ ନିଜର ଘର ଥାଇପାରେ । ହଁ ଆଜ୍ଞା ଏହାସହ । ଜଣେ ଭିକାରୀଙ୍କ ଆକାଉଣ୍ଟରେ ରହିଛି କୋଟି କୋଟି ଟଙ୍କା ଏବଂ ନିଜର ଫ୍ଲାଟ ।

ଜଣେ ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଜମା ଥିବା ମାମଲା ସାମ୍ନାକୁ ଆସିଛି । ଏଥିସହ ମହିଳା ଭିକାରୀଙ୍କ ନାମରେ ପାଞ୍ଚଟି ଘର ମଧ୍ୟ ଦେଖିବାକୁ ମିଳିଛି । ଭିକାରୀଙ୍କୁ ୫୭ ବର୍ଷ ବୟସ । ଏହି ମହିଳା ଭିକାରୀଙ୍କ ବ୍ୟାଙ୍କରେ ପ୍ରାୟ ୧.୫ କୋଟି ଟଙ୍କା ରହିଛି । ପୋଲିସ ଭିକାରୀଙ୍କୁ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି । ତେବେ ଭିକାରୀ ଜଣକ ହେଉଛନ୍ତି ଇଜିପ୍ଟିର ।

ସ୍ଥାନୀୟ ଖବରକାଗଜ ରିପୋର୍ଟ ଅନୁଯାୟୀ, ମହିଳା ଭିକାରୀ ଏକ ହ୍ୱିଲ ଚେୟାରରେ ରହୁଥିଲେ ଏବଂ ଗୋଡ କାଟିବା ପରି ନିଜକୁ ଦେଖାଇଥିଲେ । ସେ ଏଭଳି ମିଛ କହି ଇଜିପ୍ଟର ଅନେକ ରାଜ୍ୟରେ ଭିକ ମାଗୁଥିଲେ ।

ଭିକ ମାଗିବା ସମୟରେ ମହିଳା ଜଣକ ଏକ ହ୍ୱିଲ୍ ଚେୟାରରେ ରହୁଥିଲେ । କିନ୍ତୁ ବାକି ସମୟ ସେ ନିଜ ପାଦରେ ଚାଲୁଥିଲେ । କିନ୍ତୁ ସବୁସମୟରେ ମିଛ ଲୁଚି ରହେନାହିଁ । କେବେନା କେବେ ମିଛ ସମସ୍ତଙ୍କ ସାମ୍ନାକୁ ଆସିଥାଏ । କୁହାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ମହିଳାଙ୍କୁ ପାଦରେ ଚାଲୁଥିବାର ଦେଖିଲେ, ସେତେବେଳେ ଘଟଣାଟି ଜଣାପଡ଼ିଥିଲା ।

ମହିଳାଙ୍କ ନାମ ନାଫିସା ବୋଲି ଜଣାପଡ଼ିଛି । ତେବେ ମହିଳା ଜଣକ କେବଳ ବାହାନା କରି ହ୍ୱିଲ ଚେୟାରେ ବସୁଥିଲେ । ମହିଳାଙ୍କର କୈଣସି ରୋଗ ନାହିଁ ବୋଲି ପୋଲିସ ମଧ୍ୟ ଜାଣିବାକୁ ପାଇଛି । ନିଜେ ଅନୁସନ୍ଧାନ ବେଳେ ଭିକାରୀଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଜମା ଥିବା ଜଣାପଡ଼ିଥିଲା ।

Leave a Reply