ହ୍ୱିଲଚେୟାରରେ ବସି ଭିକ ମାଗୁଥିଲେ ମହିଳା, ହେଲେ ଥିଲେ କୋଟି କୋଟି ଟଙ୍କାର ମାଲିକାଣୀ

ମିସ୍ର: ଦୁନିଆରେ ଅନେକ ଲୋକ ଭିକ ମାଗିଲେ ମୁଠେ ଖାଇବାକୁ ପାଉଛନ୍ତି । କିନ୍ତୁ ଇଜିପ୍ଟର ମିସ୍ର ସହରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ! ଏଠାରେ ଥିବା ଏକ ମହିଳା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତିନି ମିଲିୟମ ଇଜିସ୍ପିୟାନ ପାଉଣ୍ଡ (ଭାରତୀୟ କରେନ୍ସିରେ ପ୍ରାୟ ଏକ କୋଟି ୪୨ ଲକ୍ଷ ଟଙ୍କା) ଥିବା ମାମଲା ସାମ୍ନାକୁ ଆସିଛି । ଏହା ସହିତ ଏହି ୫୭ ବର୍ଷିୟ ମହିଳାଙ୍କ ନାଆରେ ୫ଟି ଘର ଥିବା ମଧ୍ୟ ସୂଚନା ମିଳିଛି ।

ନିଜ ଗୋଡ଼ରେ ଚାଲିପାରୁଥିଲେ ମହିଳା

ସ୍ଥାନୀୟ ରିପୋର୍ଟ ମୁତାବକ, ମହିଳା ଜଣଙ୍କ ହ୍ୱିଲଚେୟାରେ ବସି ଭିକ ମାଗୁଥିଲେ । କିନ୍ତୁ ପୋଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଲା ଯେ, ମହିଳା ଜଣଙ୍କ କେବଳ ଭିକ ମାଗିବା ପାଇଁ ହ୍ୱିଲଚେୟାରର ବ୍ୟବହାର କରୁଥିଲା । କାରଣ ପ୍ରତ୍ୟକ୍ଷଦର୍ଶୀମାନେ ଅନେକ ଥର ମହିଳା ଜଣଙ୍କୁ ନିଜ ଗୋଡ଼ରେ ଚାଲିବାର ଦେଖିଛନ୍ତି । ମହିଳା ଜଣଙ୍କ ଇଜିପ୍ଟର ଅନେକ ସହରରେ ବୁଲି ବୁଲି ଭିକ ମାଗୁଥିଲା ।

ମହିଳାଙ୍କୁ ଗିରଫ କରାଗଲା

ଏହି ମହିଳାଙ୍କ ନାମ ନଫିସା ଅଟେ । ଯାଞ୍ଚ ବେଳେ ଏହା ମଧ୍ୟ ଜଣାପଡ଼ିଲା ଯେ ମହିଳା ଜଣଙ୍କ କୌଣସି ରୋଗରେ ଆକ୍ରାନ୍ତ ନଥିଲେ । ମହିଳାଙ୍କ ଦୁଇଟି ବ୍ୟଙ୍କ ଆକାଉଣ୍ଟ ରହିଛି, ଯେଉଁଥିରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି । ଏହା ବ୍ୟତୀତ ତାଙ୍କ ନାଆରେ ୫ଟି ଘର ମଧ୍ୟ ରହିଛି । ତେବେ ମହିଳାଙ୍କୁ ଗିରଫ କରି ଅଧିକ ପଚରାଉଚରା କରାଯାଉଛି ।

Leave a Reply