ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଇଜିପ୍ଟ ରାଷ୍ଟ୍ରପତି

1 min read

ନୂଆଦିଲ୍ଲୀ: ଭାରତ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଆଗାମୀ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଆରବ ଦେଶଗୁଡ଼ିକୁ ନେଇ ଖାସ୍ ରଣନୀତି ଆଧାରରେ ଏହି ପଦକ୍ଷେପ ଉଠାଯାଇଛି । ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଇଜିପ୍ଟର ରାଷ୍ଟ୍ରପତି ସିସିଙ୍କ ଭେଟଘାଟ ଅକ୍ଟୋବରରେ କାହିରାରେ ହୋଇଥିଲା ।

ଏହି ଅବସରରେ ଭାରତୀୟ ବିଦେଶ ମନ୍ତ୍ରୀ ତାଙ୍କୁ ଅଧିକାରିକ ନିମନ୍ତ୍ରଣ ପତ୍ର ଦେଇଥିଲେ । ସୂଚନାଥାଉ କି ଇଜିପ୍ଟ ସେହି ୯ ଦେଶଗୁଡିକ ସୂଚୀରେ ସାମିଲ ଅଛି, ଯେଉଁମାନଙ୍କୁ ଭାରତର ଅଧ୍ୟକ୍ଷତାରେ ୨୦୨୩ରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରାଯାଇଛି । ୨୬ ଜାନୁଆରୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ରୂପରେ ନିମନ୍ତ୍ରଣ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏବଂ ଭଲ ସମ୍ପର୍କକୁ ପ୍ରଦର୍ଶିତ କରୁଛି । ସୂଚନାଥାଉ କି ୨୦୨୧ ଏବଂ ୨୦୨୨ରେ ସାଧାରଣତନ୍ତ୍ର ଦିବସ ଅବସରରେ କୋଭିଡ କାରଣରୁ କେହି ଅତିଥି ଆସିନଥିଲେ ।