spot_img

Latest Posts

୨୧ ତୋପର ସଲାମୀ ସହ ଇଜିପ୍ଟରେ ହେଲା ଭବ୍ୟ ମମି ପରେଡ୍

ଦେଶନ୍ତୁ ଏହି ଭବ୍ୟ ପରେଡକୁ। ଏ ଦୃଶ୍ୟ ହେଉଛି ମିସର୍ ଦେଶର । ଗତ ଶନିବାର ଆୟୋଜନ ହୋଇଥିଲା ଏହି ଐତିହାସିକ ପରେଡ୍ । ସେ ପୁଣି କୌଣସି ବିଶେଷ ବ୍ୟକ୍ତିଙ୍କ ପାଇଁ କି ବିଶେଷ ଉତ୍ସବ ପାଇଁ ନୁହେଁ । ବରଂ ଏହି ଭବ୍ୟ ଉତ୍ସବର ଆୟୋଜନ ହୋଇଛି ୨୨ ମମିଙ୍କ ପାଇଁ। ଆଉ ଏହି ମମିଗୁଡ଼ିକ ହେଉଛି ଇଜିପ୍ଟର ପ୍ରସିଦ୍ଧ ରାଜା ବା ଫାରୋଁଙ୍କର । ଯେଉଁମାନେ ଦିନେ ମିଶରକୁ ଶାସନ କରୁଥିଲେ ଓ ତିଆରି କରିଥିଲେ ବିଶାଳ ପିରାମିଡ୍ ।

ସେମାନଙ୍କୁ ସେଣ୍ଟାଲ୍ କାହିରାର ଏକ ସଂଗ୍ରହାଳୟକୁ ନିଆଯାଉଛି । ଏହି ୨୨ ମିମିଜ୍ କୁ ମିଶରର ସଂଗ୍ରହାଳୟରୁ ତାହିର ସ୍କୋୟାର ଦେଇ ଇଜିପ୍ଟର ଜାତୀୟ ସଂଗ୍ରହାଳୟ ବା ନ୍ୟାଶନାଲ୍ ମ୍ୟୁଜିୟମ ଅଫ ଇଜିପ୍ସିୟାନ୍ ସିଭିଲାଇଜେଶନକୁ ସ୍ଥାନାନ୍ତରିତ କରାଯାଉଛି।

ରୋଚକ କଥା ହେଉଛି ଯେ ମମିମାନଙ୍କର ପରେଡକୁ ନେଇ ବହୁତ ଆଲୋଚନା କରାଗଲା ଏପରିକି କୁହାଗଲା ଯେ ଯିଏ ରାଜା ରାଣୀଙ୍କ ମୃତ ଶରୀରକୁ କଷ୍ଟ ଦେବ କିମ୍ବା ତାଙ୍କ ଶାନ୍ତି ଭଙ୍ଗ କରିବ ତା’ ଉପରେ ଅଭିଶାପ ପଡ଼ିବ । ଏବଂ ତାର ଶୀଘ୍ର ମୃତ୍ୟୁହୋଇଯିବ । ଏଭଳି ଅନ୍ଧ ବିଶ୍ୱାସକୁ ସତ ପ୍ରମାଣ କରିବା ପାଇଁ ନିକଟରେ ଇଜିପ୍ଟରେ ହୋଇଥିବା କିଛି ଅଘଟଣ ଉପରେ ମଧ୍ୟ ଆଲୋକପାତ କରାଗଲା।

ହେଲେ ଆଧୁନିକ ମିଶର୍ ଏହାକୁ ଖାତିର କରିନଥିଲା । ଏ ସମସ୍ତ ଗୁଜବକୁ ଅଣଦେଖା କରି ପ୍ୟାରେଡ କରିବାକୁ ନିଷ୍ପତ୍ତି ନେଇଥିଲେ ଇଜିପ୍ଟ ସରକାର। ଆଉ ଆୟୋଜନ କରିଥିଲେ ଭବ୍ୟ ମମି ପରେଡ।

ପରେଡରେ ଆପଣ ଦେଖୁଥିବା ଏହି ଟ୍ରକଗୁଡ଼ିକରେ ନିଆଯାଉଛି ମମି । ପାଗକୁ ଧ୍ୟାନରେ ରଖି ସ୍ୱତନ୍ତ୍ର କେସ୍ ଭିତରେ ଟ୍ରକରେ ନିଆଯାଉଛି ମମି । ଆଉ ଏହି କେସ୍ ଗୁଡ଼ିକୁ ପାରମ୍ପାରିକ ଭାବେ ସଜା ମଧ୍ୟ ଯାଇଛି। ଏହି ଭ୍ୟବ  ସମୋରୋହର ଆରମ୍ଭ ହୋଇଥଲା ୨୧ ତୋପର ସଲାମୀ ସହ।  ଆଉ ତା’ପରେ ହୋଇଥିଲା ଲାଇଟ୍ ଓ ମ୍ୟୁଜିକ ଶୋ’। ଏହି ମମିଗୁଡ଼ିକ ଭିତରେ ରାଜା ରାମସେସ୍ ଦ୍ୱିତୀୟ, ସେତି ପ୍ରଥମ, ରାଣୀ ହଟ୍ସେପସୁଟ୍ ପ୍ରଭୃତି ଥିଲେ ସାମିଲ୍।

ଇଜିପ୍ଟ ସରକାର କହିଛନ୍ତି ଯେ ସମସ୍ତ ମମିମାନଙ୍କୁ କାହିରାର ସଂଗ୍ରହାଳୟରେ ଏକାଠି ରଖାଯିବ । ଯାହାଫଳରେ ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରେ ଏକାଠି ସମସ୍ତଙ୍କୁ ଦେଖିପାରିବେ । ଏବଂ ଗୋଟିଏ ସ୍ଥାନରେ ଏତେ ପ୍ରସିଦ୍ଧ ବ୍ୟକ୍ତିଙ୍କ ମମି ରହିଲେ ବହୁ ସଂଖ୍ୟାରେ ପର୍ଯ୍ୟଟଙ୍କ ଭିଡ଼ ବି ଜମିବ । ଯାହାଫଳରେ କରୋନା ପାଇଁ ଅର୍ଥସଂକଟ ଦେଇ ଗତି କରୁଥିବା ଇଜିପ୍ଟ ସରକାରଙ୍କ ଆୟରେ ବୃଦ୍ଧି ହେବ।

 

Latest Posts

Don't Miss