ବିଜ୍ଞାନର ବଡ଼ ଚମତ୍କାର! ଆପଣଙ୍କ ଘରକୁ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଯୋଗାଇବ ଅଣ୍ଡା

1 min read

ଦିନକୁ ଦିନ ବୈଜ୍ଞାନିକମାନେ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛନ୍ତି । ସାଧାରଣ ଭାବେ ଜଳରୁ, କୋଇଲାରୁ ବିଦ୍ୟୁତ ଶକ୍ତି ଉତ୍ପନ ହେବା କଥା ଆମେମାନେ ଜାଣିଛେ । ମାତ୍ର ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଣିକି ଅଣ୍ଡାରୁ ବିଜୁଳି ଜେନେରେଟ ହେବ ବୋଲି ଏକ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଅଣ୍ଡାରୁ ବିଜୁଳି ଉତ୍ପନ୍ନ ହେବା କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ । ଅଣ୍ଡା ଦିନେ ନୁହେଁ କି ମାସେ ନୁହେଁ, ୧୦ ବର୍ଷ ପର୍ଯ୍ୟନ୍ତ ଘରକୁ ବିଜୁଳି ଯୋଗାଇବ ବୋଲି କୁହାଯାଇଛି । ତେଣୁ ଏହା କେତେଦୂର ସତ ଆଉ ଏହି ଟେକ୍ନୋଲୋଜି କିପରି କାମ କରିଥାଏ, ତାହା ଆପଣମାନେ ନିହାତି ଜାଣିବା ଆବଶ୍ୟକ ।

ଖବର ମୁତାବକ, ବିଜୁଳି ଜେନେରେଟ କରୁଥିବା ଅଣ୍ଡାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏହା ଏପରି ଏକ ଅଣ୍ଡା, ଯାହାକି ମାଇକ୍ରୋ ନ୍ୟୁକ୍ଲିୟର ରିଏକ୍ଟର ଅଟେ । ଏହା ଆପଣଙ୍କ ଘରକୁ କ୍ରମାଗତ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ କରିପାରେ । ଏହା ଏକ Enron Egg ଅଟେ, ଯାହା ନ୍ୟୁକ୍ଲିୟର ରିଆକ୍ଟର ଅଟେ । ଏନରନ କମ୍ପାନୀ ମୁତାବକ, ଏଲବ୍ୟୁମିନ-କଲର୍ଡ, ହିଟ ପ୍ରତିରୋଧ ଡିଭାଇସ ଅଟେ, ଯାହା ଏକ ରିଏକ୍ଟର କୋର ଓ କୁଲେଣ୍ଟ ପାଇଁ ହେଭି ଓ୍ବାଟର ପମ୍ପ ଉଭୟ ସହିତ ଆସିଥାଏ । ଅଣ୍ଡାରେ ଏକ ଡିସପ୍ଲେ ଦିଆଯାଇଛି । ଏହାର ହୁଡ ତଳେ ଏକ ପାଓ୍ବରଫୁଲ ଚିପସେଟ ଲଗାଯାଇଛି । ଏହି ପ୍ରଡକ୍ଟ ଇଲେକ୍ଟ୍ରିସିଟି, ଇଣ୍ଡିପେଣ୍ଡନ୍ସ ଓ ଫ୍ରିଡମ୍ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କ୍ରାନ୍ତି ଆଣିବ ବୋଲିଂ ଲଞ୍ଚିଂ ଭିଡିଓରେ କୁହାଯାଇଛି । ତେବେ ଏହି ଡିଭାଇସ କଣ ସତରେ ଏତେ ପାଓ୍ବରଫୁଲ ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।