ଅଣ୍ଡା ବଢ଼ାଏ କି କୋଲେଷ୍ଟ୍ରୋଲ? ଡାଇବେଟିସ ରୋଗୀ ଅଣ୍ଡା ଖାଇବା ଦରକାର କି?

ଭୁବନେଶ୍ବର: କଥାରେ ଅଛି ‘ସନଣ୍ଡେ ହୋ ୟା ମନଣ୍ଡେ ରୋଜ୍ ଖାଓ ଅଣ୍ଡେ’ । ଦେଶରେ କୁପୋଷଣ ଦୂର କରିବା ପାଇଁ ଏହି ନାରା ଦିଆଯାଇଥିଲା । ହେଲଥ ଏକ୍ସପର୍ଟ ବି ଏହାକୁ ପ୍ରତିଦିନ ଖାଇବାକୁ କହିଥାନ୍ତି । ଅଣ୍ଡା ଅଧିକ ଗରମ ଜିନିଷ । ଏଥିପାଇଁ ଖରା ଦିନେ ଅଧିକ ଅଣ୍ଡା ଖାଇବାକୁ ମନା କରାଯାଏ । ଏହାକୁ ନେଇ ହେଲଥ ଏକ୍ସପର୍ଟ ଖରାପ ଏବଂ ଭଲ ଗୁଣ ବି କହିଥାନ୍ତି । ତେବେ ଅଣ୍ଡା କ’ଣ ବ୍ଲଡ ସୁଗାର ଲେବଲ ବଢ଼ାଇଥାଏ? ଏହା ଖାଇଲେ କ’ଣ କ୍ୟାନ୍ସରର ସମ୍ଭାବନା ଥାଏ ?

ଅଣ୍ଡା ଖାଇଲେ କ୍ୟାନ୍ସର ହୁଏ କି?

ଅଣ୍ଡା ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ଥାଏ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏବେ ଯାଏ ଏହାକୁ ନେଇ ସଠିକ ରିପୋର୍ଟ ସାମ୍ନାକୁ ଆସିନାହିଁ ।

ଏହା କ’ଣ ହାର୍ଟ ପାଇଁ ହାନିକାରକ?

ହାଇ କୋଲେଷ୍ଟ୍ରୋଲ ହାର୍ଟ ଆଟାକର ଗୋଟେ କାରଣ ବୋଲି କୁହାଯାଏ । ଅଣ୍ଡାରେ ଥିବା ପ୍ରୋଟିନ, ଫ୍ୟାଟ ଇତ୍ୟାଦି କୋଲେଷ୍ଟ୍ରୋଲକୁ ବଢ଼ାଇଥାଏ । ଯାହା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଅଧିକା ଅଣ୍ଡା ଖାଇଲେ ଏହି ସମସ୍ୟା ସୃଷ୍ଟି ହୋଇପାରେ ।

ଡାଇବେଟିସ ରୋଗୀ ଖାଇବା କଥା ନା ନୁହେଁ?

ଡାଇବେଟିସ ରୋଗୀ ଅଣ୍ଡା ଖାଇବେ ନା ନାହିଁ ଏହାକୁ ନେଇ ଅନେକ ଚର୍ଚ୍ଚା ହୁଏ । କିଛି ଡାକ୍ତର ଅଣ୍ଡା ନ ଖାଇବାକୁ କହିଥାନ୍ତି । କିନ୍ତୁ ଅଣ୍ଡା ଅଧିକ ଖାଇବା ଠିକ୍ ନୁହେଁ ।

ଅଣ୍ଡା ଖାଇବା ଦ୍ବାରା ବଢ଼େ ମୋଟାପଣ

କେହି କେହି କୁହନ୍ତି ଅଣ୍ଡା ଖାଇବା ଦ୍ବାରା ମୋଟାପଣ ବଢ଼େ । କିନ୍ତୁ ଏହା ଭୁଲ । ଅଣ୍ଡାର କେସର ନ ଖାଇ ଧଳା ଅଂଶ ଖାଇଲେ ଦେହ ପାଇଁ ଭଲ ହୋଇଥାଏ । ଏହା ଖାଇବା ଦ୍ବାରା ଅଧିକ ସମୟ ଯାଏ ପେଟ ଭର୍ତ୍ତି ହୋଇ ରହେ ଏବଂ ଭୋକ କମ୍ ହୁଏ ।