ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଭଉଣୀଙ୍କ ଉପରକୁ ଅଣ୍ଡାମାଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଭଉଣୀ ଆଲିମା ଖାନୁମଙ୍କ ଉପରକୁ ଅଣ୍ଡାମାଡ। ପାକିସ୍ତାନ ରାଓଲପିଣ୍ଡିର ଦୁଇ ମହିଳା ଗିରଫ। ତୋଷଖାନା ମାମଲାରେ ଗିରଫ ହୋଇ ଆଦିଆଲା ଜେଲରେ ବନ୍ଦୀ ଥିବା ଇମରାନଙ୍କ ଭଉଣୀ ଜେଲ ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ତାଙ୍କ ଉପରେ ଅଣ୍ଡାମାଡ ହୋଇଥିଲା। ଗିରଫ ଦୁଇ ମହିଳା ପାକିସ୍ତାନ ତେହରିକ-ଇ-ଇନସାଫର କର୍ମୀ ବୋଲି ଜଣାଯାଇଛି। ଅଣ୍ଡାମାଡ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବାବେଳେ ଇମରାନଙ୍କ ପରିବାରକୁ ସୁରକ୍ଷା ଦାବି କରାଯାଇଛି। ସୁରକ୍ଷା ନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠିଛି। ଅଣ୍ଡାମାଡ଼ ଘଟଣା ପରେ ପିଟିଆଇ ସମର୍ଥକମାନେ ଏହାର ନିନ୍ଦା କରିଛନ୍ତି। ଏପରିକି ଘଟଣା ପଛରେ ପାକ୍ ସେନାମୁଖ୍ୟ ଅସିମ ମୁନୀର ଓ ନୁନ୍ ଲିଗର ହାତ ରହିଛି ବୋଲି ଅଭିଯୋଗ ହୋଇଛି।