ପଞ୍ଚମ ଦିନରେ ଟନେଲରେ ଫସିରହିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ଲାଗି ଉଦ୍ୟମ ଜାରି

ନନ୍ଦିଘୋଷ ବ୍ୟୁରୋ : ପଞ୍ଚମ ଦିନରେ ଟନେଲ ରେସ୍କ୍ଯୁ ଅପରେସନ । ଫସିରହିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ଲାଗି ଅବିରତ ଉଦ୍ଯମ ଜାରି ରହିଛି । ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ସେପଟେ ଅପରେସନ କାର୍ଯ୍ୟରେ ସାମିଲ ହେବା ଲାଗି ଥାଇଲାଣ୍ଡର ଏକ କମ୍ପାନୀକୁ ଅନୁମତି ଦେଇଛି ପ୍ରଶାସନ । ସେହିପରି ନରେଓ୍ବେର ଏକ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସମ୍ଭାବନା ରହିଛି । ଯଦି ସମ୍ଭବ ହୁଏ ତେବେ ଖୁବ ଶୀଘ୍ର ଏହି ଦୁଇ ବିଦେଶୀ ଟିମ୍ ଅପରେସନରେ ସାମିଲ ହେବା ସମ୍ଭାବନା ରହିଛି । ଗତ ୨୦୧୮ରେ ଏକ ପାଣି ଭର୍ତ୍ତି ଗୁମ୍ଫାରୁ ପିଲାମାନଙ୍କୁ ଉଦ୍ଧାର କରିବାରେ ଏହି କମ୍ପାନୀ ସଫଳ ହୋଇଥିଲା । ଥାମ୍ ଲୁଆଙ୍କ କେଭ୍ କମ୍ପ୍ଲେକ୍ସରେ ଫସିଯାଇଥିବା ୧୨ ଜଣ ଜୁନିଅର ଫୁଟବଲ ଟିମ ସଦସ୍ଯଙ୍କୁ ଉଦ୍ଧାର କରିଥିଲା ଏହି ଟିମ୍ । ୨୦୧୮ ଜୁନ ୨୩ରେ ଖେଳାଳିମାନେ ଗୁମ୍ଫାକୁ ପଶିଯାଇଥିଲେ ବି ସେମାନେ ପଦାକୁ ଆସିପାରି ନଥିଲେ । ସେମାନେ ସମସ୍ତେ ପ୍ରାଣ ହରାଇଛନ୍ତି ବୋଲି ବିଶ୍ବାସ କରାଯାଉଥିଲା । ତେବେ ରେସ୍କ୍ଯୁ ଅପରେସନର ୧୦ ହଜାର ଥାଇଲାଣ୍ଡ ଓ ବିଦେଶୀ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଦୀର୍ଘ ୧୮ ଦିନର କଷ୍ଟସାଧ୍ଯ ମିଶନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।Uttarkashi Tunnel Rescue Operation Day 5: 40 workers still trapped; CM  Dhami takes stock of situation. Top 10 updates | Mint

ସେପଟେ ଉତ୍ତରକାଶୀ ଅପରେସନ ଲାଗି ଦିଲ୍ଲୀରୁ 3ଟି ବାୟୁସେନା ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ ଜରିଆରେ ଏକ ହେଭି ଡ୍ରିଲିଂ ମେସିନ ଅଣାଯାଇଛି । ଟନେଲଠାରୁ ୩୦ କିଲୋମିଟର ଦୂର ଚିନ୍ୟାଲିସୌର ବିମାନବନ୍ଦରରେ ଆମେରିକୀୟ ମେସିନ ରଖାଯାଇଛି । ଏହାକୁ ଟନେଲ ନିକଟକୁ ନିଆଯିବା ପରେ ଅପରେସନ ଆରମ୍ଭ ହେବ । ଏହି ମେସିନ ଜରିଆରେ ୯୦୦ ମିଲିମିଟର ବ୍ଯାସ ବିଶିଷ୍ଟ ଏକ ଷ୍ଟିଲ ପାଇପ ପ୍ରବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ରେସ୍କ୍ୟୁ ଅପରେସନ ବିଳମ୍ବିତ ହେଉଥିବା ପ୍ରତିବାଦରେ ଟନେଲ ନିକଟରେ ପ୍ରତିବାଦ କରାଯାଇଛି । ଘଟଣାସ୍ଥଳରେ ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ରୁହେଲା ଉପସ୍ଥିତ ରହି ଉଦ୍ଧାର କାର୍ଯ୍ଯ ଅନୁଧ୍ଯାନ କରୁଛନ୍ତି ।