ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଆରମ୍ଭ ହେଲା ପ୍ରୟାସ, ନିୟୋଜିତ କରାଯିବ ୧୫ ହଜାର ବସ୍

ଭୁବନେଶ୍ୱର: ସୁରକ୍ଷିତ ଫେରିବେ ପ୍ରବାସୀ ଓଡ଼ିଆ । ଲକ୍‌ଡାଉନ୍‌ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆମାନଙ୍କୁ ରାଜ୍ୟ ସରକାର ବସ୍‌ ଯୋଗେ ଆଣିବେ । ଏଥିପାଇଁ ୧୫ ହଜାର ବସ୍‌ ନିୟୋଜିତ କରାଯିବ ।

ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ଓଡ଼ିଆମାନେ ଫସିରହିଥିବା ରାଜ୍ୟ ଗୁଡ଼ିକ ସହିତ ଆଲୋଚନା ଜାରି ରହିଛି । ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥିଲେ ।

Leave a Reply