ପ୍ରେମ ନିବେଦନ କରି ଗିରଫ ହେଲେ ଠିକାଦାର
1 min read
ରାଉରକେଲା: ନାବାଳିକାଙ୍କୁ ପ୍ରେମ ନିବେଦନ ଓ ଅଶ୍ଲୀଳ ବ୍ୟବହାର ଅଭିଯୋଗରେ ଠିକାଦାର ଗିରଫ । ରାଉରକେଲା ରେଳବାଇ ପୋଲିସ ମୁର୍ସିଦାବାଦ ଅଞ୍ଚଳର ଠିକାଦାର ସମ୍ରାଟ ଶେଖଙ୍କୁ ଗିରଫ କରିଛି । ମୁମ୍ବାଇରେ ଏକ ବିବାହ ଉତ୍ସବରେ ଯୋଗଦେଇ ବାଳିକା ଜଣକ ନିଜ ପରିବାର ସହ ଏଲ୍ଟିଟି- ହାଓଡ଼ା ଟ୍ରେନରେ ଫେରୁଥିଲେ ।
ଫେରୁଥିବା ସମୟରେ ଟ୍ରେନ୍ ଭିତରେ ଠିକାଦାର ସମ୍ରାଟ ଶେଖ ବାଳିକାଙ୍କୁ ପ୍ରେମ ନିବେଦନ ଓ ଅଶ୍ଳୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ରାଉରକେଲା ରେଳବାଇ ଥାନାରେ ଅଭିଯୋଗ ପରେ ପୋଲିସ ଠିକାଦାର ସମ୍ରାଟ ଶେଖଙ୍କୁ ଗିରଫ କରି ମାମଲାର ଅଧିକ ତଦନ୍ତ କରୁଛି ।