ବୃହସ୍ପତି ଓ ଶନି ଗ୍ରହର ମିଳନ: ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

1 min read

ନୂଆଦିଲ୍ଲୀ: ସୌରମଣ୍ଡଳରେ ସୋମବାର ଦିନ ଏକ ବଡ଼ ଘଟଣା ଘଟିବାକୁ ଯାଉଛି। ଆଜି ବୃହସ୍ପତି ଏବଂ ଶନି ଭଳି ଦୁଇଟି ବଡ଼ ଗ୍ରହ ପରସ୍ପରର ଅତି ନିକଟତର ହେବାକୁ ଯାଉଛନ୍ତି। ଏପରି ସ୍ଥଳେ ପୃଥିବୀରୁ ଦେଖିଲେ ଦୁଇ ଗ୍ରହ ସମାନ ଦେଖାଯିବ। ୧୭ଶହ ଶତାବ୍ଦୀରେ ମହାନ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓଙ୍କ ଜୀବନକାଳରେ ଏହି ଦୁଇଟି ଗ୍ରହ ନିକଟତର ହୋଇଥିଲେ। ତେବେ ଜ୍ୟୋତିଷଙ୍କ ଅନୁଯାୟୀ ସୌରମଣ୍ଡଳରେ ଏଭଳି ଘଟଣାର ପ୍ରଭାବ 4ମାସ ପର୍ଯ୍ୟନ୍ତ ସାରା ବିଶ୍ୱରେ ପଡ଼ିପାରେ। କୁହାଯାଉଛି ଯେ ଶନି ଓ ବୃହସ୍ପତିଙ୍କ ମିଳନରେ ଦୁନିଆରୁ ମହାମାରୀର ପ୍ରଭାବ କମିବାରେ ଲାଗିବ। ଆସନ୍ତୁ ଜାଣିବା ଏହି ମହାମିଳନର କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ।

ମେଷ: ଶନି-ବୃହସ୍ପତି ମହାମିଳନର ପ୍ରଭାବରେ ଏହି ରାଶିର ଲୋକଙ୍କ କ୍ୟାରିୟରରେ ସକରାତ୍ମକ ଉନ୍ନତି ହେବ। ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟରେ ଆପଣ ସଫଳତା ପାଇପାରିବେ

ବୃଷ: ବୃଷ ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍। କିଛିଦିନ ପାଇଁ ଦୂର ଯାତ୍ରାରୁ ଦୂରେଇ ରୁହନ୍ତୁ। ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଏହି ରାଶିର ଲୋକମାନେ ସେମାନଙ୍କର ଦାମ୍ପତ୍ୟ ଜୀବନର ଯତ୍ନ ନେବା ଉଚିତ୍। କାରଣ ଶନି ଓ ବହସ୍ପତ୍ତିର ମିଳନର ପ୍ରଭାବରେ ଆପଣଙ୍କ ଘରେ ମତଭେଦ ଏବଂ ଆଗାମୀ ଚାରି ମାସ ମଧ୍ୟରେ ଜୀବନସାଥୀଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି।

କର୍କଟ: ଏହି ରାଶିର ବ୍ୟକ୍ତିମାନେ ବିବାହ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ। ଏମାନଙ୍କର ପ୍ରେମ ବିବାହର ଯୋଗ ରହିବ ଏବଂ ଅର୍ଥ ବ୍ୟବସାୟରେ ଲାଭର ଅଭାବ ରହିବ ନାହିଁ।

ସିଂହ: ଏହି ରାଶିର ଲୋକମାନେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଦିଅନ୍ତୁ। ଏହି ଚାରି ମାସ ଭିତରେ ଆପଣଙ୍କୁ ନିଜ ସାଥୀଙ୍କ ସହିତ ଭଲ ମୁହୂର୍ତ୍ତ ବିତାଇବାକୁ ସମୟ ମିଳିବ।  ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ।

କନ୍ୟା: ଏହି ରାଶିର ବ୍ୟକ୍ତିମାନେ କ୍ୟାରିୟର ଏବଂ ଅବସ୍ଥାନରେ ଏକ ବଡ଼ ପରିବର୍ତ୍ତନ ହେବ। ଏକ ନୂତନ ଚାକିରି କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି 4 ମାସ ଅତ୍ୟନ୍ତ ଶୁଭ ଦାୟକ।

ତୁଳା: ଏହି ରାଶିର ଲୋକମାନେ ବିତର୍କ ଏବଂ ମକଦ୍ଦମା ଠାରୁ ଦୂରେଇ ରହିବା ଉଚିତ୍। କୋର୍ଟକଚେରି ମାମଲାଠାରୁ ଦୂରରେ ରହିବା ଏମାନଙ୍କ ପାଇଁ ଭଲ। ବିଶେଶ କରି ଜମିବାଡ଼ି ବିବାଦରୁ ଦୂରରେ ରୁହନ୍ତୁ।

ବିଛା: ବିଛା ରାଶିର ଲୋକମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏକ ନୂତନ ଚାକିରି, ଯାନ କିମ୍ବା ଘର ଲାଭ ହୋଇପାରେ। କ୍ୟାରିୟର କ୍ଷେତ୍ରରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ, ନିଜ ଲୋକମାନଙ୍କ ମତାମତ ନିଅନ୍ତୁ।

ଧନୁ: ଏହି ରାଶିର ଲୋକମାନେ ନିଜ କ୍ୟାରିୟରରେ ଏକ ବଡ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୁଅନ୍ତୁ। କାରଣ ଶିକ୍ଷା ଏବଂ ବୃତ୍ତି ଦୃଷ୍ଟିରୁ ନିଆଯାଇଥିବା ନିଷ୍ପତ୍ତିର ପ୍ରଭାବ ଆପଣଙ୍କ ଜୀବନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ। ତେଣଉ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ମକର: ଏହି ରାଶିର ଲୋକମାନେ ପଦ ପ୍ରତିଷ୍ଠାର ଲାଭ ହେବ। ମାନ-ସମ୍ମାନ ବୃଦ୍ଧି ପାଇବ। ପିତାଙ୍କ ସହ ସମ୍ପର୍କ ଭଲ ରହିବ। ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କରେ ମଧୁରତା ରହିବ।

କୁମ୍ଭ: ଏହି ରାଶିର ଲୋକମାନେ ଆଗାମୀ 4 ମାସ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ଥିତିର ଯତ୍ନ ନିଅନ୍ତୁ। ଏହି ସମୟରେ ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ମାନସିକ ଚାପ ଦେଇପାରେ। ତେଣୁ ଖର୍ଚ୍ଚ ଉପରେ ଏକ ନିୟନ୍ତ୍ରଣ ରଖନ୍ତୁ।

ମୀନ: ମୀନ ରାଶିର ଲୋକମାନେ ଏହି ସମୟରେ ସେମାନଙ୍କର ସାବଧାନତାର ସହ ନିଷ୍ପତ୍ତି ନିଅନ୍ତୁ। ଜୀବନରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ପରିବାର କିମ୍ବା ସାଥୀଙ୍କଠାରୁ ପରାମର୍ଶ ନିଅନ୍ତୁ।

Leave a Reply

ନଜର ପକାନ୍ତୁ