spot_img

Latest Posts

NEPର ୪ ବର୍ଷିଆ ବିଏଡ୍ କୋର୍ସକୁ ନେଇ ଦ୍ଵନ୍ଦ୍ଵ

ଭୁବନେଶ୍ୱର : ବିଏଡ଼ ପଢିବାକୁ ଏ ବର୍ଷ ଆବେଦନ କରିଛନ୍ତି ୧ ଲକ୍ଷ ୨୯ ହଜାର ୭୧୨ ଛାତ୍ରଛାତ୍ରୀ। ୮୬୦୯୩ ଜଣ ମହିଳା ପ୍ରାର୍ଥୀ, ୪୩୬୧୨ ଜଣ ପୁରୁଷ ଆବେଦନ କରିଛନ୍ତି। କିନ୍ତୁ ରାଜ୍ୟରେ ସିଟ୍ ଅଛି ମାତ୍ର ୨୭୫୦। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଶିକ୍ଷକ ହେବାକୁ ମନ ବଳାଇ ଥିବା ବେଳେ କମ୍ ସିଟ ଓ ପରୀକ୍ଷା ପରିଚାଳନାକୁ ପ୍ରଶ୍ନ ଉଠାଇଛି ଓଡ଼ିଶା ଅଭିଭାବକ ମହାସଂଘ। ଆଉ ଏକ ସମସ୍ୟା ହେଲା, ଜାତୀୟ ଶିକ୍ଷା ନୀତିରେ ଶିକ୍ଷକ ତାଲିମକୁ ନେଇ ସ୍ପଷ୍ଟତା ନାହିଁ। ବିଏଡ଼ ପାଠ୍ୟକ୍ରମରେ ଯିଏ ଚାରି ବର୍ଷିଆ କୋର୍ସ କରିବ ସେ ପ୍ରାଥମିକ ଓ ହାଇସ୍କୁଲ ପାଇଁ ଯୋଗ୍ୟ ହେବ। କିନ୍ତୁ ଏହା ତ୍ରୁଟିପୂର୍ଣ୍ଣ ବୋଲି କୁହାଯାଉଛି। ପ୍ରାଇମେରୀ, ପ୍ରି ପ୍ରାଇମେରୀ , ହାଇସ୍କୁଲ ପାଠ୍ୟକ୍ରମ ଅଲଗା। ତେଣୁ ସେମାନଙ୍କୁ ଅଲଗା ଅଲଗା ଟ୍ରେନିଂ ଦରକାର। NEP ରେ ଏ ନେଇ କିନ୍ତୁ ସ୍ପଷ୍ଟ କରାଯାଇ ନାହିଁ। ଶିକ୍ଷକ ନିଯୁକ୍ତି ହେଉନି, କିନ୍ତୁ ବଡ଼ ବଡ଼ କଥା କୁହାଯାଉଛି। ସରକାର ଖୋଲା ମନରେ ଏ ନେଇ  ଆଲୋଚନା କରିବା ଆବଶ୍ୟକ ବୋଲି କୁହାଯାଇଛି।

ସେପଟେ ଶିକ୍ଷକ ସଂଗଠନ ଅଭିଯୋଗ କରିଛି, ଶିକ୍ଷାର ସଙ୍କୋଚନ ନୀତି ଆପଣାଉଛନ୍ତି ସରକାର। ବିଏଡ ରେ ଏହା ଦେଖାଯାଉଛି। ଶିକ୍ଷକ ହେବା ପାଇଁ ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀ ଆଗ୍ରହୀ ଥିଲେ ମଧ୍ୟ ସୁଯୋଗ ନାହିଁ। ତେଣୁ ରାଜ୍ୟର ଅନୁଦାନପ୍ରାପ୍ତ ଅନୁଷ୍ଠାନକୁ ବିଏଡ୍ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ଉଠିଛି ଦାବି। ଆଉ ଏକ ଦାବି ହେଲା ମୁଖ୍ୟମନ୍ତ୍ରୀ ଶିକ୍ଷାକୁ ନେଇ ଏକ କନକ୍ଳେଭ କରନ୍ତୁ। ସରକାର କହୁଛନ୍ତି ଗୋଟିଏ କଥା କରୁଛନ୍ତି ଗୋଟିଏ କଥା। ଏହା ବିରୋଧରେ ଆନ୍ଦୋଳନ ହୋଇଛି। ଓଡ଼ିଶାର ଶିକ୍ଷାକୁ ନେଇ ଏକ ସମ୍ମିଳନୀ ହେବ। ଅଗଷ୍ଟ ୩୦ ରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ ହେବ ବୋଲି ସୂଚନା ଦେଇଛି ଜଏଣ୍ଟ ଫୋରମ ଫର୍ ମୁଭମେଣ୍ଟ ଅନ୍ ଏଜୁକେସନ। ଭିତ୍ତିଭୂମି ନାହିଁ କି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ତଥାପି ଶିଶୁ ବାଟୀକା ଖୋଲିଥିବାରୁ ପାଠପଢା ହୋଇପାରୁନି। ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଅଛି।

Latest Posts

Don't Miss