ଏକ୍‌ଷ୍ଟ୍ରା କ୍ଲାସ ପାଇଁ ବାତିଲ ହେବ ନାହିଁ ଶିକ୍ଷକଙ୍କ ଖରାଛୁଟି

ଭୁବନେଶ୍ୱର: ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ସ୍କୁଲ୍‌ରେ ଖରାଛୁଟି ସମୟରେ ଏକ୍‌ଷ୍ଟ୍ରା କ୍ଲାସ୍‌ ନିଆଯିବ । ତେବେ ଏଥିଲାଗି ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ନାହିଁ । ଏକ୍‌ଷ୍ଟ୍ର। କ୍ଲାସ୍‌ ହେଲେ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଖଣ୍ଡନ କରିଛନ୍ତି । କହିଛନ୍ତି, ଖରାଛୁଟି ସମୟରେ ସ୍କୁଲରେ ରୋଟେସନ ଡ୍ୟୁଟିରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବେ । ଯଦି ଟାଣଖରା ଯୋଗୁ ପିଲା ସ୍କୁଲ୍‌ ଆସିବାରେ ସମସ୍ୟା ହୁଏ, ତେବେ ସେତେବେଳେ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଏକ୍‌ଷ୍ଟ୍ର। କ୍ଲାସ୍‌ ପାଇଁ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave a Reply