ମାଟ୍ରିକ୍ ଓ +୨ ପରୀକ୍ଷା ନେଇ ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

1 min read

ଭୁବନେଶ୍ୱର: ଉଭୟ BSE ଓ CHSE ବୋର୍ଡକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବୈଠକ ।  ଲୋକସେବା ଭବନରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବସିଥିଲା ଗୁରୁତ୍ୱପୂର୍ଣ ବୈଠକ । ପରୀକ୍ଷା କିଭଳି ନିର୍ଭୁଲ ଭାବେ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଯୁକ୍ତ ଦୁଇ ପରୀକ୍ଷା ନେଇ ଅସନ୍ତା ୨୭ ତାରିଖରେ ପରୀକ୍ଷା ତାରିଖ ନିର୍ଦ୍ଧାରଣ ହେବ ।

ଯୁକ୍ତ ଦୁଇରେ ୩ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ମ୍ୟାଟ୍ରିକରେ ୫ ଲକ୍ଷ ୪୭ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମାଟ୍ରିକରେ ୨୭୬୭ଟି ସେଣ୍ଟରରେ ପରୀକ୍ଷା ହେବା ନେଇ ତାଲିକା ହୋଇଥିଲା । ତେବେ ଗତଥର ଖୋଲାଖୋଲି କପି ହୋଇଥିବା ୭ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ଏଥିରୁ ବାତିଲ କରାଯାଇଛି । ସେହିପରି ଯୁକ୍ତ ଦୁଇର ପାଞ୍ଚଟି ସେଣ୍ଟରକୁ ବାତିଲ କରାଯାଇଛି ।

ଚଳିତଥର ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ପରୀକ୍ଷାକୁ ସିଧାସଳଖ ମନିଟର କରିବେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ  । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଅଧିକାରୀ ନିଯୁକ୍ତ ହେବେ । ମାଟ୍ରିକ ପରୀକ୍ଷାରେ ୩ ଶହ ନୋଡାଲ ସେଣ୍ଟର ସହ ୭ ଶହ ସେଣ୍ଟରରେ ସିସିଟିଭି ଲାଗିବା ନେଇ ନିଷ୍ପତି ହୋଇଛି । ଯେଉଁ ସ୍କୁଲରେ କପି ହେବା ନେଇ ପୂର୍ବ ବର୍ଷ ଗୁଡିକରେ ଅଭିଯୋଗ ହୋଇଥିଲା ସେଠି ସିସିଟିଭି ଲାଗିବ ।  ଆସନ୍ତାବର୍ଷ ଠାରୁ ବର୍ଷ ଆରମ୍ଭରୁ ସମସ୍ତ କାର୍ଯ୍ୟସୂଚୀ ସ୍ଥିର ହେବ । ବର୍ଷ ଆରମ୍ଭରୁ ପରୀକ୍ଷା ସ୍ଥିର ହେବ  ।

 

Leave a Reply