spot_img

Latest Posts

୫ ଘଣ୍ଟା ଧରି ଜ୍ୟାକଲିନଙ୍କୁ ଜେରା କରୁଛି ‘ଇଡି’

ନୂଆଦିଲ୍ଲୀ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍। ଗତ ପାଞ୍ଚ ଘଣ୍ଟା ଧରି ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜ୍ୟାକଲିନଙ୍କୁ ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଏକ ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କୁ ପଚରାଉଚରା କରୁଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖରଙ୍କ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିବା ଏକ ବଡ଼ ଧରଣର ଦାଦାବଟି ରାକେଟର  ସାକ୍ଷୀ ଭାବେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଉଛି।

ଜ୍ୟାକଲିନ ଶ୍ରୀଲଙ୍କାର ମୂଳ ବାସିନ୍ଦା । ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାର ହୋଇଥିବାବେଳେ ମା’ ମାଲେସିଆର। ଜ୍ୟାକଲିନଙ୍କ ପିତା ଜଣେ ସଂଗୀତଜ୍ଞ ଏବଂ ମାତା ଜଣେ ଏୟାର ହୋଷ୍ଟେସ୍ ଥିଲେ। ୪ ଭାଇଭଉଣୀଙ୍କ ମଧ୍ୟରେ ଜ୍ୟାକଲିନ୍ ସବୁଠାରୁ ସାନ ଏବଂ ତାଙ୍କର ଏକ ବଡ଼ ଭଉଣୀ ଏବଂ ୨ବଡ଼ ଭାଇ ଅଛନ୍ତି।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ 2006 ରେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ହୋଇ ମଡେଲିଂ ଆରମ୍ଭ କରିଥିଲେ। 2009 ରେ, ସେ ଏକ ମଡେଲିଂ ପ୍ରୋଜେକ୍ଟରେ ଭାରତ ଆସିଥିଲେ ଏବଂ ଏହି ସମୟରେ ସେ ଫିଲ୍ମ ‘ଆଲାଦ୍ଦିନ’ ପାଇଁ ଅଡିସନ୍ ଦେଇଥିଲେ ଏବଂ ମନୋନୀତ ହୋଇଥିଲେ। ଜ୍ୟାକଲିନ୍ ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ପରେ ସେ ‘ମର୍ଡର ୨’ରୁ ‘ହାଉସ୍ ଫୁଲ୍ 2’, ‘ରେସ୍ 3’, ‘କିକ୍’ ଭଳି ବଡ଼ ବଡ଼ ସୁପରହିଟ୍ ଫିଲ୍ମରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଆଗକୁ ଜ୍ୟାକଲିନଙ୍କ ଛୋଟେ ନୱାବ୍ ଶୈଫ୍ ଅଲ୍ଲୀ ଖାନଙ୍କ ସହ ‘ଭୂତ ପୋଲିସ୍’ରେ ନଜର ଆସିବେ। ଫିଲ୍ମରେ ଅର୍ଜୁନ କପୁର ଏବଂ ୟାମିନୀ ଗୌତମଙ୍କ ମଧ୍ଯ ନଜର ଆସିବେ।

Latest Posts

Don't Miss