ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଇଡି ନୋଟିସ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ନୋଟିସ୍ । କୋଇଲା ଘୋଟାଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ଅଭିଷେକ ବାନାର୍ଜୀଙ୍କ ସହ ତାଙ୍କ ପତ୍ନୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଡି ।
ସେପ୍ଟେମ୍ବର ୩ରେ ହାଜର ପାଇଁ ଅଭିଷେକଙ୍କୁ ଇଡି ସମନ କରିଥିବା ବେଳେ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ୧ ତାରିଖରେ ହାଜର ପାଇଁ କୁହାଯାଇଛି । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାମଲାରେ ଜଡ଼ିତ ଅନ୍ୟ ଲୋକଙ୍କୁ ଅଲଗା ଅଲଗା ତାରିଖରେ ହାଜର ପାଇଁ ନୋଟିସ୍ ଜାରି କରାଯାଇଛି ।
ପ୍ରଥମେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିଲା ସିବିଆଇ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ଏଥିସହ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିଥିଲା ସିବିଆଇ । ମାମଲାରେ ଇଡି ପଶ୍ଚିମବଙ୍ଗ ପୋଲିସର ୨ ଜଣ ବରିଷ୍ଠ ଅଧିକାରୀ ଶ୍ୟାମ ସିଂହ ଓ ଜ୍ଞାନବନ୍ତ ସିଂହଙ୍କୁ ୮ ଓ ୯ ତାରିଖରେ ହାଜର ହେବାକୁ ନୋଟିସ୍ କରିଛି ।