ଦିଲ୍ଲୀ ମଦ ନୀତି ମାମଲା; ପୁଣି ବଢ଼ିଲା ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ
1 min readନୂଆଦିଲ୍ଲୀ: ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ। ଦିଲ୍ଲୀ ମଦ ନୀତି ମାମଲାରେ ଆସନ୍ତା ଗୁରୁବାର ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ପୂର୍ବରୁ ଗତ ନଭେମ୍ବରରେ ହାଜର ହେବା ଲାଗି ସମନ ଜାରି ହୋଇଥିଲେ ମଧ୍ୟ ସେ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ଲାଗି ଯାଉଥିବାରୁ ଇଡିରେ ହାଜର ହୋଇପାରି ନଥିଲେ। ଆଇନ ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୩ଥର ସମନକୁ ଏଡାଇ ଦେଇପାରିବେ। ଏହା ପରେ ହାଜର ନହେଲେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହେବ।
ED issues fresh summons to Arvind Kejriwal for questioning on Dec 21 in Delhi excise policy case
Read @ANI Story | https://t.co/SJtsiQYi6K#EnforcementDirectorate #ArvindKejriwal #Delhi pic.twitter.com/Hf16CUBCq1
— ANI Digital (@ani_digital) December 18, 2023
ଗତ ଏପ୍ରିଲରେ ତାଙ୍କୁ ମଦନୀତି ମାମଲାରେ ଇଡି ୫୬ଟି ପ୍ରଶ୍ନ ପଚାରିଥିଲା। ଏହି ମାମଲାରେ ଗିରଫ ହୋଇସାରିଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂ।