ଦିଲ୍ଲୀ ଅବକାରୀ ନୀତି ମାମଲା: ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ପୁଣି ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ପୁଣି ସମନ । ମାର୍ଚ୍ଚ ୧୬ରେ ହାଜର ହେବାକୁ ଇଡିର ନୋଟିସ୍ । ଗତକାଲି ୯ ଘଣ୍ଟା ଜେରା ପରେ କବିତାଙ୍କୁ ପୁଣି ଜେରା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ନୀତି ମାମଲାରେ ସାଉଥ ଗ୍ରୁପର ସମ୍ପୃକ୍ତିକୁ ନେଇ ଇଡି ତଦନ୍ତ ଚଳାଇଛି । କବିତାଙ୍କ ବିରୋଧରେ ଇଡି ୧୦ଟି ପ୍ରମାଣ ପାଇଥିବା ଜଣାପଡିଛି । କବିତାଙ୍କର ପାଖ ଲୋକ ଅରୁଣ ପିଲାଇ ଏହି ଦୁର୍ନୀତିରେ ସାମିଲ ଥିବା କଥା କୁହାଯାଉଛି ।

ବୁଚି ବାବୁ ନାମକ ବ୍ୟକ୍ତିଙ୍କ ସହ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆ ଏବଂ କବିତାଙ୍କ ମଧ୍ୟରେ ରାଜନୈତିକ ସହଯୋଗ ଥିଲା । କେ କବିତାଙ୍କ ପାଇଁ ଦିଲ୍ଲୀ ଅବକାରୀ ନୀତି ତାଙ୍କୁ ସୁହାଇବା ପରି କରାଯିବ ବୋଲି ଏମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ପ୍ରମାଣ ଇଡିକୁ ମିଳିଛି । ଏଥିପାଇଁ ଆପ୍‌କୁ ଫଣ୍ଡ ଦିଆଯିବ ବୋଲି ସହମତି ହୋଇଥିବା କଥା କୁହାଯାଇଛି ।