କ୍ରିକେଟ ଆସୋସିଏସନ୍ ପାଣ୍ଠି ଘୋଟାଲା ମାମଲା: ଫାରୁକ୍ ଅବଦୁଲାଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାମ୍ମୁ କଶ୍ମୀର କ୍ରିକେଟ କେଳେଙ୍କାରୀ ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଛି । ଏଥିସହିତ ଜାମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ୍ ଫଣ୍ଡ ଘୋଟାଲାରେ ଫାରୁକ୍ ଅବଦୁଲାଙ୍କ ସହ ଜଡ଼ିତ ୨ ଘର, ୩ ଫ୍ଳାଟ୍ ଏବଂ ଆଉ ଏକ ପ୍ରପଟି ଆଟାଚ୍ କରିଛି । ଯାହାର ବଜାରା ମୂଲ୍ୟ ପାଖାପାଖି ୧୨ କେଟି ଟଙ୍କା ବୋଲି କୁହାଯାଉଛି । ଜାମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲାଙ୍କ ଜେ ଆଣ୍ଡ କେ କ୍ରିକେଟ ଆସୋସିଏସନର ଫଣ୍ଡ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯେଉଁ ସମ୍ପତି ବାଜ୍ୟାପ୍ତ ହୋଇଛି, ସେଥିମଧ୍ୟରୁ ଗୋଟିଏ ପ୍ରପଟି ଶ୍ରୀନଗର ଗୁପକାର ରୋଡରେ ସ୍ଥିତ । ଯେତେବେଳେ କି ତନମାର୍ଗର କଟିପୋରା ତହସିଲ ଏବଂ ଜମ୍ମୁର ଭାଟିଣ୍ଡାରେ ଗୋଟିଏ ଗୋଟିଏ ପ୍ରପର୍ଟି ସାମିଲ ରହିଛି । ଏତଦ୍ ବ୍ୟତୀତ ଶ୍ରୀନଗର ରେସିଡେନ୍ସ ରୋଡ୍ ଅଞ୍ଚଳରେ ଏକ କର୍ମସିଆଲ୍ ପ୍ରପଟି ମଧ୍ୟ ରହିଛି । ଯାହାର ସମୁଦାୟ ମୂଲ୍ୟ ୧୧.୮୬ କୋଟି ଟଙ୍କା ରହିଛି ।
ଏଥିସହିତ ପଢ଼ନ୍ତୁ: ଆପଣ ମୋବାଇଲ୍ ଆପ୍ ମାଧ୍ୟମରେ ଋଣ ନେଉଛନ୍ତି କି? ଜାଣନ୍ତୁ ନ ଶୁଝିଲେ କ’ଣ ହେବ
୧୧୩ କୋଟି ଟଙ୍କାର ହେରେଫେରି
ହେରାଫେରି ମାମଲାରେ ଇଡି ଏହା ପୂର୍ବରୁ ୬ ଘଣ୍ଟା ଯାଏଁ ଫାରୁକ୍ ଅବଦୁଲ୍ଲାଙ୍କୁ ପଚରାଉଚରା କରିସାରିଛି । ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନରେ ତଥାକଥିତ ୧୧୩ କୋଟି ଟଙ୍କାର ହେରାଫେରି ମାମଲାର ବହୁ ପୁରୁଣା । ଏଭଳି ଅଭିଯୋଗ ରହିଛି ଯେ, ପାଖାପାଖି ୪୩.୬୯ କୋଟି ଟଙ୍କା ଚଳୁ ହୋଇଛି ।