spot_img

Latest Posts

ଆପର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଅମାନତୁଲ୍ଲା ଖାଁଙ୍କ ବିରୋଧରେ ଗିରଫ ପରୱାନା ଜାରି

ନୂଆଦିଲ୍ଲୀ: ଆପର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ପରୱାନା ଜାରି କରିବା ଲାଗି ଦିଲ୍ଲୀ ଏକ କୋର୍ଟଙ୍କ ଦ୍ବାରସ୍ଥ ଇଡି। ଦିଲ୍ଲୀ ୱାକଫ ବୋର୍ଡରେ ହୋଇଥିବା ବେଆଇନ ନିଯୁକ୍ତି ପ୍ରସଙ୍ଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାଁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ଲାଗି ପଦକ୍ଷେପ ଆରମ୍ଭ କରିଛି ଇଡି।

ଆସନ୍ତା ୧୮ରେ ମାମଲାର ଶୁଣାଣି ଲାଗି ତାରିଖ ଧାର୍ଯ୍ୟ କରିଛନ୍ତି ସିବିଆଇ ଓ ଇଡିର ସ୍ପେସାଲ ଜଜ୍ ରାକେଶ ସ୍ଯାଲ। ଅମାନତୁଲ୍ଲାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିବା ଲାଗି ଅନୁମତି ସକାଶେ ଇଡିର ଆବେଦନ ବିଚାରାଧୀନ ରହିଛି ବୋଲି କହିଛନ୍ତି ସ୍ବତନ୍ତ୍ର ବିଚାରପତି। ଦିଲ୍ଲୀ ଓଖଲାର ଆପ୍ ବିଧାୟକ ଅଛନ୍ତି ଅମାନତୁଲ୍ଲା। ପୂର୍ବରୁ ଏହି ମାମଲାରେ ଅମାନତୁଲ୍ଲା କେତେକ ସମନକୁ ପ୍ରତ୍ୟାଖ୍ୟାନ କରିଥିବାରୁ ତାଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ଏକ ମାଜିଷ୍ଟ୍ରଟ୍ ସ୍ତରୀୟ କୋର୍ଟର ଦ୍ବାରସ୍ଥ ହୋଇଥିଲା ଇଡି। ଅମାନତୁଲ୍ଲାଙ୍କ ୩ ସହଯୋଗୀ- ଜିସାନ ହାଇଦର, ଦାଉଦ ନାସିର ଓ ଜାଭେଦ ଇମାମ ସିଦିକଙ୍କ ନାଁ ବି ଇଡି ଅଭିଯୋଗ ପତ୍ରରେ ରହିଛି।

ଗତବର୍ଷ ଅକ୍ଟୋବରରେ ଅମାନତୁଲ୍ଲାଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ରେଡ କରିଥିଲା ଇଡି। ଦିଲ୍ଲୀ ୱାକଫ ବୋର୍ଡରେ ବେଆଇନ ନିଯୁକ୍ତି ଓ କିଛି ଅଚଳ ସମ୍ପତ୍ତି କ୍ରୟ କରିବାରେ ଏହି ଅର୍ଥ ବ୍ଯବହାର ହୋଇଥିଲା ବୋଲି କହିଛି ଇଡି। ଗତ ୧୦ ତାରିଖରେ ଦିଲ୍ଲୀ ମନ୍ତ୍ରୀ ପଦ ଛାଡିଥିଲେ ରାଜକୁମାର ଆନନ୍ଦ। କେଜରିୱାଲ ସରକାରଙ୍କ ମନ୍ତ୍ରୀ ପଦ ସହ ଆମ ଆଦମୀ ପାର୍ଟି ଛାଡିଥିଲେ ରାଜକୁମାର। ଆପର ପ୍ରାଥମିକ ସଦସ୍ୟ ପଦରୁ ସେ  ଇସ୍ତଫା ଦେଇଥିଲେ। ଦିଲ୍ଲୀ ସରକାରରେ ସମାଜ ମଙ୍ଗଳ ମନ୍ତ୍ରୀ ଥିଲେ ରାଜକୁମାର। ସେପଟେ କେଜରିୱାଲଙ୍କ ବ୍ଯକ୍ତିଗତ ସଚିବ ବିଭବ କୁମାରଙ୍କୁ ବେଆଇନ ନିଯୁକ୍ତି ହୋଇଥିବା ଅଭିଯୋଗରେ ହଟାଇଦେଇଛି ଦିଲ୍ଲୀ ଭିଜିଲାନ୍ସ ବିଭାଗ।

Latest Posts

Don't Miss