ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ଇଡି

ଝାଡଖଣ୍ଡ : ହେମନ୍ତ ସୋରେନଙ୍କ ବାସଭବନରେ ଇଡି। ଖଣି ଦୁର୍ନୀତି ମାମଲାରେ ଝାରଖଣ୍ଡ ରାଞ୍ଚି ସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି ଇଡି। ଆଉ କିଛି ସମୟପରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଟିମ ମୁଖ୍ଯମନ୍ତ୍ରୀଙ୍କ ବାସଭବନ ମଧ୍ଯରେ ରହିଛି। ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା ନେଇ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧ କରିବା ସମ୍ଭାବନା ଥିବାରୁ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ମୁଖ୍ଯମନ୍ତ୍ରୀଙ୍କ ବାସଭବନ ଶହେ ମିଟର ମଧ୍ଯରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକ ରାତି ୧୦ଟା ପର୍ଯ୍ଯନ୍ତ ଲାଗୁ ରହିବ। ବହୁମାତ୍ରାରେ ସିଆରପିଏଫର ଯବାନ ମୁତୟନ ହୋଇଛନ୍ତି।

ତେବେ କୌଣସି ପ୍ରକାରର ଧାରଣା ଏବଂ ଆନ୍ଦୋଳନ ଉପରେ ରୋକ ଲଗାଯାଇଛି। ପଚରାଉଚରା ପରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇପାରେ। ଏଥିପାଇଁ ତା ପୂର୍ବରୁ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହେମନ୍ତ ସୋରେନ। ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ । ଯଦି ହେମନ୍ତ ସୋରେନ୍ ଇସ୍ତଫା ଦିଅନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ।

ଦୁଇ ଦିନ ଧରି ହେମନ୍ତ ସୋରେନ୍ ଗାଏବ ଥିଲେ। ହଠାତ୍ ରାଞ୍ଚିରେ ପହଞ୍ଚିବା ପରେ ବିଧାୟକଙ୍କ ସହ ମିଶି ନିଜ ସରକାରର ସେ ଏକତା ପ୍ରଦର୍ଶନ କରିଛନ୍ତି।ସେପଟେ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କୁ ଇଡି ସମନ୍ ଓ ତାଙ୍କ ନିଖୋଜ ହୋଇଥିବା ପୋଷ୍ଟର ଜାରି କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜେପି ଉପରେ ବର୍ଷିଛି । ଜେଏମ୍ଏମ୍ କର୍ମୀ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ନିଜ ବ୍ୟକ୍ତଗତ କାମ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଦିଲ୍ଲୀରୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ସଂସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଯେଉଁ ଶବ୍ଦ ପ୍ରୟୋଗ କରିଛି ତାହା ବିରୋଧରେ ସିଆର୍ପିସି ଧାରା ୪୯୯ ଲାଗୁ ହେଉଛି। ଖୁବଶୀଘ୍ର ମାନହାନୀ ମକଦ୍ଦମା କରିବୁ ବୋଲି ଜେଏମଏମ୍ କହିଛି ।