ଝାଡଖଣ୍ଡର ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କ ଘରେ EDର ଚଢାଉ
1 min readରାଞ୍ଚି: ଝାଡଖଣ୍ଡର ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ। ବେଆଇନ୍ ଖଣି ମାମଲାରେ ପୂଜା ସିଂଘଲଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଏହି ଆଇପିଏସ ଅଧିକାରୀ ପୂଜାଙ୍କ ସରକାରୀ ବାସଭବନ ସହ ୨୦ଟି ଠିକଣା ଉପରେ ଚଢାଉ ହୋଇଛି। ରେଡ୍ ବେଳେ ମିଳିଛି ପୁଳା ପୁଳା ଟଙ୍କା । ପ୍ରାୟ ନଗଦ ୨୫ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟଙ୍କା ଗଣିବା ପାଇଁ ଇଡି ପକ୍ଷରୁ ମେସିନ ମଗାଯାଇଥିଲା ।
ଝାଡଖଣ୍ଡ କ୍ୟାଡରର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କ ବିରୋଧରେ ପୂର୍ବରୁ ଝାଡଖଣ୍ଡ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରାଜୀବ କୁମାର ଅଭିଯୋଗ କରିଥିଲେ। ପୂଜା ବର୍ତ୍ତମାନ ଖଣି ଓ ଭୂବିଜ୍ଞାନ ବିଭାଗର ସଚିବ ଓ ଝାଡଖଣ୍ଡ ରାଜ୍ୟ ଖଣିଜ ବିକାଶ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।
ସୂଚନା ଅନୁଯାୟୀ, ଅବୈଧ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ରାଞ୍ଚି, ଧାନବାଦ, ଖୁଣ୍ଟି, ରାଜସ୍ଥାନର ଜୟପୁର, ହରିୟାଣାର ଫରିଦାବାଦ ଓ ଗୁରଗ୍ରାମ, ପଶ୍ଚିମବଙ୍ଗର କୋଲକାତା, ବିହାରର ମୁଜାଫରପୁର ଓ ଦିଲ୍ଲୀ-ଏନସିଆରରେ ଚଢାଉ କରାଯାଇଥିଲା।