ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଜେରା

ଝାରଖଣ୍ଡ: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରୁଛି ଇଡି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାଲିଛି ଜେରା କରୁଛି । ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଜେରା କରୁଛି । ରାଞ୍ଚିର କାଙ୍କେ ରୋଡରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ପଚରାଉଚରା ଚାଲିଛି ।

ପଚରାଉଚରା କରୁଥିବା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀରୁ ଆସିଥିବା ୩ ଅଧିକାରୀ । ଜମି ହଡ଼ପ ମାମଲାରେ ଇଡି ଏହି ତନାଘନା କରୁଛି । ଜମି ମାଫିଆଙ୍କ ଜରିଆରେ ବିପୁଳ ପରିମାଣର ଜମିର ମାଲିକାନା ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି । ମାମଲାରେ ପୂର୍ବରୁ ୧୪ ଜଣଙ୍କୁ ଗିରଫ କରିସାରିଛି ଇଡି । ୨୦୧୧ ବ୍ୟାଚ୍ ଆଇଏଏସ ଅଫିସର ଛବି ରଂଜନ ମଧ୍ୟ ଗିରଫଙ୍କ ମଧ୍ୟରେ ଅଛନ୍ତି । ଝାରଖଣ୍ଡରେ ରାଜ୍ୟ ସମାଜ ମଙ୍ଗଳ ବିଭାଗର ନିର୍ଦ୍ଦେଶକ ସହ ରାଞ୍ଚିର ଡେପୁଟୀ କମିଶନର ଥିଲେ ଛବିରଂଜନ ।

କିଛି ଦିନ ପୂର୍ବରୁ ହେମନ୍ତ ସୋରେନଙ୍କୁ ତାଙ୍କର ଶେଷ ବୟାନ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲା ଇଡି । ତେବେ ଇଡିର ଏହି ସମନକୁ ବେଆଇନ କହି ଆସୁଛନ୍ତି ହେମନ୍ତ । ଏହା ପୂର୍ବରୁ ୨୦୨୩ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ ଜାରି କରିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଇଡିର ସମନ ସତ୍ତ୍ବେ ସେ ହାଜର ହୋଇ ନଥିଲେ । ଏହାପରେ ସେପ୍ଟେମ୍ବର ୨୩ରେ ହେମନ୍ତ ସୋରେନଙ୍କୁ ହାଜର ହେବାକୁ ଚତୁର୍ଥ ସମନ ଜାରି କରିଥିଲା ଇଡି ।