ଅଣ୍ଡରଓ୍ୱାର୍ଲଡ ଲିଙ୍କ୍ ପ୍ରସଙ୍ଗ, ନବାବ ମଲ୍ଲିକଙ୍କୁ EDର ମାରାଥନ ଜେରା

1 min read

ମୁମ୍ବାଇ: କୁଖ୍ୟାତ ଅଣ୍ଡରଓ୍ବାର୍ଲଡ ଡନ୍ ଦାଉଦ୍ ଇବ୍ରାହିନ ସହ ଲିଙ୍କ ପ୍ରସଙ୍ଗ । ମହାରାଷ୍ଟ୍ରର ବରିଷ୍ଠ ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାରାଥନ ଜେରା । ମହାରାଷ୍ଟ୍ରର ମହା ବିକାଶ ଅଗାଧି ସରକାର ଓ କେନ୍ଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ତାଙ୍କୁ ଜେରା କରାଯାଇଛି । ଆଜି ସକାଳ ୬ଟାରେ ଇଡି ଅଫିସରମାନେ ଏନସିପି ନେତା ତଥା ମନ୍ତ୍ରୀ ନବାବଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପ୍ରାୟ ଏକ ଘଣ୍ଟା ମାରାଥନ ଜେରା କରିଥିଲେ । ପରେ ତାଙ୍କୁ ସାଢେ ୭ଟାରେ ଇଡି ଅଫିସକୁ ନିଆଯାଇଥିଲା । ସେଠାରେ ଆଉ ଘଣ୍ଟାଏ ଜେରା କରାଯାଇଥିଲା ।

ନବାବଙ୍କ ସହ ଇଡି ଅଫିସକୁ ଯାଇଥିଲେ ତାଙ୍କ ପୁଅ ତଥା ଆଡଭୋକେଟ ଆମିର ମଲ୍ଲିକ । ବେଆଇନ ଅର୍ଥ କାରବାର ନିରାକରଣ ଆଇନ ବା ପିଏମଏଲଏ ଅନୁସାରେ ତାଙ୍କୁ ଜେରା କରାଯାଇଛି ବୋଲି କହିଛି ଇଡି । ଏହି ଜେରାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । ସେହିପରି ଏନସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ଏହି ଜେରାକୁ ଭର୍ତ୍ସନା କରିଛନ୍ତି । ନବାବଙ୍କ ନାମରେ କୌଣସି ମାମଲା ନଥିବା ସତ୍ତ୍ବେ ତାଙ୍କୁ କାହିଁକି ଜେରା କରାଯାଉଛି ବୋଲି କହିଛନ୍ତି ପାଓ୍ବାର । ପୂର୍ବର ସେ ନିଜେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ନାମକୁ ମଧ୍ୟ ଦାଉଦ ସହ ଯୋଡାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ପାଓ୍ବାର । ମହାରାଷ୍ଟ୍ର ସରକାରଙ୍କୁ ଉଦଖାତ କରିବା ଲାଗି କେନ୍ଦ୍ର ଯୋଜନା କରୁଛି ବୋଲି ଦୁଇ ସପ୍ତାହ ତଳେ ଅଭିଯୋଗ କରିଥିଲେ ନବାବ । ପୂର୍ବରୁ ନବାବ ଓ ଅନ୍ୟ କେତେ ଜଣଙ୍କୁ ଜେରା ଲାଗି ସମନ ଜାରି କରିଥିଲା । ଗତ ସୋମବାର ଦାଉଦର ଭଉଣୀ ସ୍ବର୍ଗତ ହାସିନା ପାର୍କରଙ୍କ ପୁଅ ଅଲିଶା ପାର୍କରଙ୍କୁ ମଧ୍ୟ ଜେରା କରିଥିଲା ଇଡି । ଦାଉଦର ବିଭିନ୍ନ ବେନାମୀ ସମ୍ପତ୍ତି ନେଇ ତାଙ୍କୁ ଜେରା କରାଯାଇଥିଲା । ଦାଉଦକୁ ବିଭିନ୍ନ କ୍ଷେତ୍ରରେ ଅଲିଶା ସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା ।

 

Leave a Reply