ଦିଲ୍ଲୀରୁ ବିହାର; ବାସଭବନ ସମେତ ୧୫ ସ୍ଥାନରେ ଇଡିର ରେଡ୍

1 min read

ନୂଆଦିଲ୍ଲୀ: ଲ୍ୟାଣ୍ଡ ଫର ଜବ ସ୍କାମକୁ ନେଇ ଇଡିର ଆକ୍ସନ । ଦିଲ୍ଲୀରୁ ବିହାର ଯାଏଁ ୧୫ସ୍ଥାନରେ ରେଡ୍ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିହାର, ୟୁପି ଓ ମୁମ୍ବାଇରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାର ଓ ସମ୍ପର୍କୀୟଙ୍କ ଘରେ ଇଡି ରେଡ କରିଛି ।

IRCTC ଚାକିରି ଅନିୟମିତତାକୁ ନେଇ ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ପାଟନାସ୍ଥିତ ଘରେ ବି ଚଢ଼ାଉ ଜାରି ରହିଛି। ଦୁଇ ଦିନ ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବଡୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ସିବିଆଇ ଟିମ୍ ପହଞ୍ଚି ପଚରାଉଚରା କରିଥିଲା।

ସେହିପରି ଲାଲୁଙ୍କୁ ମଧ୍ୟ ଜେରା ପାଇଁ ସିବିଆଇ ସମନ ଜାରି କରିଛି । କେନ୍ଦ୍ରୀୟ ଏଜେନ୍ସିର ରେଡକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିଓ୍ବାରୀ । ବିଜେପରି ଗଣତନ୍ତ୍ର ଉପରେ ଭରସା ନାହିଁ । ୨୦୨୪ରେ ବିଜେପି ଗାଦିଚ୍ୟୁତ ହେବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି ।