ମେକଅପ୍-ସପିଂ ଏବଂ ଭାଇଙ୍କ ପାଇଁ ରିୟା ଖର୍ଚ୍ଚ କରୁଥିଲେ ସୁଶାନ୍ତଙ୍କ ଟଙ୍କା ! ଯାଞ୍ଚ କରିବ ED

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ମନି ଲଣ୍ଡରିଂ ମାମଲା ରୁଜୁ ହେବା ପରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ଟଙ୍କା ନେଇ ଅନୁସନ୍ଧାନ ଜାରି ରହିଛି । ଏବେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସବିଶେଷ ତଥ୍ୟ ମିଳିଛି । ସୂଚନାଯୋଗ୍ୟ ଯେ, ୯୦ ଦିନ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ୪.୬୪ କୋଟିରୁ ୧.୪ କୋଟିକୁ ହ୍ରାସ ପାଇଥିଲା । ଅନୁସନ୍ଧାନରୁ ଜଣା ପଡିଛି ଯେ, ରିୟା ଚକ୍ରବର୍ତ୍ତୀଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଅନୁଯାୟୀ, ୨୦୧୯ ମସିହା ଅକ୍ଟୋବର ମାସ୧୪ ତାରିଖରେ ସୁଶାନ୍ତ ସିଂଙ୍କ ଆକାଉଣ୍ଟରେ ୪.୭ କୋଟି ଟଙ୍କାରୁ ଅଧିକ ଟଙ୍କା ଥିଲା । ସେହି ଦିନ ରିୟାଙ୍କ ଭାଇ ଶୋଭିକଙ୍କ ଆକାଉଣ୍ଟକୁ ବିମାନ ଟିକେଟ ପାଇଁ ୮୧, ୯୦୧ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ତା’ ପର ଦିନ ଅର୍ଥାତ୍ ଅକ୍ଟୋବର ୧୫ ତାରିଖରେ, ରିୟାଙ୍କ ଭାଇଙ୍କ ହୋଟେଲ ଖର୍ଚ୍ଚ ପାଇଁ ୪.୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ସେହି ଦିନ ଦିଲ୍ଲୀର ହୋଟେଲ ତାଜରେ ରହିବା ପାଇଁ ୪.୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଅକ୍ଟୋବର ୧୬ ତାରିଖରେ, ଦିଲ୍ଲୀ ଯିବାକୁ ରିୟା ଏବଂ ଶୋଭିକଙ୍କ ଟିକେଟ ପାଇଁ ୭୬,୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ସୁଶାନ୍ତ ସିଂଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣାପଡିଛି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଦିନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ନଭେମ୍ବର ମାସ ୧୪ ତାରିଖରେ, ରିୟାଙ୍କ ନାଁରେ ୧.୫ଲକ୍ଷ ଟଙ୍କାର ଆଉ ଏକ କାରବାର ହୋଇଥିଲା । ୨୦୧୯ ମସିହା ନଭେମ୍ବର ମାସ ୨୦ ଓ ୨୧ ତାରିଖରେ, ରିୟାଙ୍କ ମେକଅପ୍ ଏବଂ ସପିଂ ପାଇଁ ୭୫,୦୦୦ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ନଭେମ୍ବର ୨୪ ତାରିଖରେ, ରିୟା ୨୨,୨୨୦ ଟଙ୍କାରେ ସପିଂ କରିଥିଲେ । ୨୫ ତାରିଖରେ ରିୟାଙ୍କ ଭାଇଙ୍କ ଟ୍ୟୁସନ ଫି ପାଇଁ  ସୁଶାନ୍ତ ସିଂ ମଧ୍ୟ ଟଙ୍କା ଦେଇଥିଲେ।

ସୁଶାନ୍ତ ସିଂଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଅନୁଯାୟୀ, ଏପରି ଅନେକ କାରବାର ହୋଇଥିଲା, ଯାହା ରିୟାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ସହିତ ଜଡିତ ଥିଲା । ସୁଶାନ୍ତ ସିଂଙ୍କ ସଞ୍ଚୟ ଟଙ୍କାରୁ ଏକ ବଡ ରକମ କାରବାର ହୋଇଥିଲା  । ଯାହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଯେ, ସେ ଟଙ୍କା କାହିଁକି ଖର୍ଚ୍ଚ ହୋଇଥିଲା । ତେବେ ଅଭିନେତାଙ୍କ ପରିବାର ଦାବି କରିଛନ୍ତି ଯେ, ରିୟା ଚକ୍ରବର୍ତ୍ତୀଙ୍କ ପରିବାର ସୁଶାନ୍ତଙ୍କଠାରୁ ୧୫ କୋଟି ଟଙ୍କା ଠକିଛନ୍ତି।

Leave a Reply