ପୂର୍ବ କର୍ମକୁ ନେଇ ଛନ୍ଦି ହେବାରେ ଲାଗିଛନ୍ତି ପ୍ରଦୀପ ପାଣିଗ୍ରାହୀ, ୩ ଟି ମାମଲା ରୁଜୁ କଲା ଇଡି

Pradeep Panigrahis’s Red Eyes To Media For Showing Truth

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସ୍କାନରରେ ପ୍ରଦୀପ ପାଣିଗ୍ରାହୀ । ପାଣିଗ୍ରାହୀଙ୍କ ନାମରେ ୩ ଟି ମାମାଲା ରୁଜୁ କଲା ଇଡ । ଅଭୟ, ଆକାଶ ଓ ପ୍ରଦୀପ ପାଣଗ୍ରାହୀଙ୍କ ନାମରେ ମାମଲା ରୁଜୁ କରିଛି  । ୩ ଜଣଙ୍କର ବେନାମୀ ଅର୍ଥ ଠୁଳ, ଜାଲିଆତି ଓ ଠକେଇ ମାମଲାରା ତନାଘନା କରିବ ଇଡି । ଏନେଇ କ୍ରାଇମବ୍ରାଞ୍ଚକୁ ଏତଲା କପି ମାଗିବା ସହ ବିଭିନ୍ନ ବ୍ୟାଙ୍କକୁ ମଧ୍ୟ ଚିଠି ଲେଖିଛି ।

ସେପଟେ ପ୍ରଦୀପଙ୍କ ଜମିବାଡି ଉପରେ ବି ଇଡି ତଦନ୍ତ କରିବ  ।  ବେନାମୀ ଜମିର ତାଲିକା ଜଣାଇବାକୁ ସବ ରେଜିଷ୍ଟ୍ରାରଙ୍କୁ ବି ଚିଠି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  । ତାଙ୍କ ୬ ମାସ ବ୍ୟାଙ୍କ ଟ୍ରାନଜାକ୍ସନକୁ ନେଇ ସରଜମିନ୍ ତଦନ୍ତ କରିବ ଇଡି  । ୨୦୨୦ ଅଗଷ୍ଟ ୨୭ ତାରିଖରେ ବ୍ରହ୍ମପୁରର ସୂର୍ଯ୍ୟ ଫିଲିଂ ଷ୍ଟେସନ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିଲା ୪୦ ଲକ୍ଷ ଟଙ୍କା  । ସେହିଦିନ ହିଁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଛି ୧୦ ଲକ୍ଷ ଟଙ୍କା । ସେହିପରି ମୁମ୍ବାଇ ଫ୍ଲାଟ୍ ବାବଦରେ କିଛି ସମୟ ଭିତରେ ୧ ଲକ୍ଷ, ୨ ଲକ୍ଷ ଓ ୧୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ଏହା ମନିଲଣ୍ଡରିଂ ସନ୍ଦେହକୁ ସ୍ପଷ୍ଟ କରୁଛି ।

ଏସମସ୍ତ ଦିଗୁକୁ ନେଇ ଇଡି ଖୋଳତାଡ କରିବାକୁ ପ୍ରସ୍ତୁତ ହେଉଛି  । ସେପଟେ ଗତକାଲି ପୁଣି ଥରେ ଜାମିନ ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରଦୀପ ପାଣିଗ୍ରହୀ  । ପୂବର୍ରୁ ଏସଡିଜେଏମ କୋର୍ଟ ପ୍ରଦୀପଙ୍କ ଜାମିନକୁ ନାମଞ୍ଜୁର କରିଥିଲେ । ସେପଟେ ବିଧାୟକଙ୍କ ବେନାମୀ କାରବାରର ସହଯୋଗୀଙ୍କୁ ଖୁବଶୀଘ୍ର ଜେରା କରିପାରେ କ୍ରାଇମବ୍ରାଞ୍ଚ ।

Leave a Reply