ମହିଳାଙ୍କୁ ସ୍ୱାବଲମ୍ୱୀ କରିଛି ମିଶନ ଶକ୍ତି: ଛତୁଆ ପ୍ରସ୍ତୁତ କରି ହୋଇପାରଛନ୍ତି ରୋଜଗାରକ୍ଷମ

ବାରିପଦା: ମିଶନଶକ୍ତିରେ ମହିଳା ସ୍ୱାବଲମ୍ୱୀ । ରାଜ୍ୟ ସରକାରଙ୍କ ସହଯୋଗରେ ରୋଜଗାରକ୍ଷମ ହୋଇଛନ୍ତି ମହିଳା । ମୟୂରଭଞ୍ଜ ଜିଲ୍ଲା ବେତନଟିରେ ମାଆ ସନ୍ତୋଷୀ ଏସଏଚଜି ଗ୍ରୁପ ଛତୁଆ ପ୍ରସ୍ତୁତ କରି ନିଜେ ଆତ୍ମନିର୍ଭର ହେବା ସହିତ ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ।

ମିଶନଶକ୍ତିରେ ମହିଳା ସଶକ୍ତ । ଛତୁଆ ପ୍ରସ୍ତୁତ କରି ସ୍ୱାବଲମ୍ୱୀ । କଠିନ ପରିଶ୍ରମ ଆଜି ମହିଳାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଆତ୍ମନିର୍ଭର ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ତୁଳସୀଚଉରା ଗାଁର ମହିଳାମାନେ । ଏସଏଚଜି ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଓ ଛତୁଆ ପ୍ରସ୍ତୁତ କରି ଦୁଇ ପଇସା ରୋଜଗାର କରୁଛନ୍ତି ।

ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପରାମର୍ଶରେ ୨୦୧୧ ମସିହାରୁ ମହିଳାମାନେ ଛତୁଆ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ମିଶନଶକ୍ତି, ମାଆ ସନ୍ତୋଷୀ ସ୍ୱଂୟ ସହାୟକ ଗୋଷ୍ଠୀକୁ ସହଯୋଗ କରୁଛି । ଛତୁଆ ପ୍ରସ୍ତୁତ ପାଇଁ ମେସିନ ସହ ଆବଶ୍ୟକ ସରଞ୍ଜାମ ମଧ୍ୟ ଯୋଗାଇ ଦେଇଛି । ତେବେ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟକୁ ବିକ୍ରି ଲାଭବାନ ହେଉଛନ୍ତି ମହିଳା । ଜିଲ୍ଲାର ୫୭ଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରୁଛନ୍ତି । ଆଉ ଏହି ଛତୁଆକୁ ଜିଲ୍ଲାର ଶିଶୁ ଓ ଗର୍ଭବତୀମାନଙ୍କୁ ଯୋଗାଇ ଦିଆଯାଉଛି ।

Leave a Reply