ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖଙ୍କ ପିଏ ଓ ପିଏସ ଗିରଫ

ED Arrests Two Aides Of Former Maharashtra Home Minister Anil Deshmukh In Money Laundering Case

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଓ ପିଏସ୍ ସଞ୍ଜୀବ ପଲାଣ୍ଡେଙ୍କୁ ଇଡି ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ଉଭୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଇଡି । ଆଜି ଦିନ ୧୧ଟାରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ । କୁହାଯାଇଛି ଇଡି ଅନୀଲ ଦେଶମୁଖଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

ସୂଚନାଯୋଗ୍ୟ, ଅନୀଲ ଦେଶମୁଖ ୧୦୦ କୋଟିର ଚାନ୍ଦା ମାଗୁଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ଅଭିଯୋଗ କରିଥିଲେ । ଏଥିସହ ଏହି ଚାନ୍ଦା ମାଗିବା ସମୟରେ ସେହି କକ୍ଷରେ ଦେଶମୁଖଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଏବଂ ସଞ୍ଜୀବ ପଲାଣ୍ଡେ ଉପସ୍ଥିତ ରହୁଥିବା ସେ କହିଥିଲେ ।

ଶୁକ୍ରବାର ଇଡି ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖଙ୍କ ନାଗପୁର ଓ ମୁମ୍ବାଇ ସ୍ଥିତ ଘରେ ରେଡ୍ କରିଥିଲା । ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଓ ପିଏସ୍ ସଞ୍ଜୀବ ପଲାଣ୍ଡେଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା ।

Leave a Reply