ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କଲା ED

1 min read
ED Arrests Maharashtra Minister Nawab Malik In Connection With Dawood Ibrahim Money Laundering Case

ମୁମ୍ବାଇ: ମୁମ୍ବାଇ ଅଣ୍ଡରୱଲ୍ଡ ଲିଙ୍କରେ ମହାରାଷ୍ଟ୍ର ମନ୍ତ୍ରୀ ଗିରଫ । ଅଣ୍ଡରୱର୍ଲ୍ଡ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିଛି । ଏନସିପି ନେତା ନବାବ ମଲିକଙ୍କୁ ବୁଧବାର ସକାଳେ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ ଇଡି ନବାବ ମଲିକଙ୍କୁ ଗିରଫ କରିଛି । ଗିରଫଦାରୀ ପରେ ନବାବ କହିଛନ୍ତି- ମୁଁ ଲଢ଼ିବି, ଡରିବି ନାହିଁ ।

ଗିରଫଦାରୀ ପୂର୍ବରୁ ଇଡି ଅଧିକାରୀ କହିଥିଲେ, ୬୧ ବର୍ଷିଅ ଏନସିପି ନେତା ନବାବ ମଲିକ ଇଡି କାର୍ଯ୍ୟାଳୟରେ ସକାଳେ ପହଞ୍ଚିଥିଲେ । ମନି ଲଣ୍ଡରିଂ ମାମଲାରେ ଇଡି ପଚରାଉଚରା କରିଥିଲା । ଗତକିଛି ମାସ ହେଲା ନବାବ ମଲିକ ଚର୍ଚ୍ଚାରେ ଥିଲେ । ଏନସିବିର ମୁମ୍ବାଇ ଜୋନ୍ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ମତ ଦେଇଥିଲେ ନବାବ ।

ଅଣ୍ଡରୱର୍ଲ୍ଡ କାର୍ଯ୍ୟକଳାପ, ଅବୈଧ ଭାବେ ସମ୍ପତ୍ତି କିଣିବା ଓ ହାୱଲା କାରବାର ନେଇ ଇଡି ଫେବ୍ରୁଆରୀ ୧୫ ତାରିଖରେ ମୁମ୍ବାଇରେ ଚଢ଼ାଉ କରିବା ସହ ଏକ ନୂଆ ମାମଲା ରୁଜୁ କରିଥିଲା । ଯାହା ପରେ ଆଜି ନବାବ ମଲିକଙ୍କୁ ଇଡି ଗିରଫ କରିଛି । ଇଡି ୧୦ଟି ସ୍ଥାନରେ ରେଡ୍ କରିଥିଲା । ୧୯୯୩ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ ଦାଉଦ ଇବ୍ରାହିମର ଦିବଂଗତ ଭଉଣୀ ହସିନା ପାର୍କର, ଭାଇ ଇକବାଲ୍ କାସକର ଓ ଛୋଟା ଶକିଲ ଓ ସମ୍ପର୍କୀୟ ସଲୀମ କୁରେଶୀ ପ୍ରମୁଖଙ୍କ ଘରେ ରେଡ୍ ହୋଇଥିଲା ।

Leave a Reply