ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କଲା ED
1 min readମୁମ୍ବାଇ: ମୁମ୍ବାଇ ଅଣ୍ଡରୱଲ୍ଡ ଲିଙ୍କରେ ମହାରାଷ୍ଟ୍ର ମନ୍ତ୍ରୀ ଗିରଫ । ଅଣ୍ଡରୱର୍ଲ୍ଡ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିଛି । ଏନସିପି ନେତା ନବାବ ମଲିକଙ୍କୁ ବୁଧବାର ସକାଳେ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ ଇଡି ନବାବ ମଲିକଙ୍କୁ ଗିରଫ କରିଛି । ଗିରଫଦାରୀ ପରେ ନବାବ କହିଛନ୍ତି- ମୁଁ ଲଢ଼ିବି, ଡରିବି ନାହିଁ ।
"Have been arrested, but won't be scared. We will fight and win," said NCP leader Nawab Malik after being arrested by ED in connection with Dawood Ibrahim money laundering case. pic.twitter.com/LYDdTGoOiK
— ANI (@ANI) February 23, 2022
ଗିରଫଦାରୀ ପୂର୍ବରୁ ଇଡି ଅଧିକାରୀ କହିଥିଲେ, ୬୧ ବର୍ଷିଅ ଏନସିପି ନେତା ନବାବ ମଲିକ ଇଡି କାର୍ଯ୍ୟାଳୟରେ ସକାଳେ ପହଞ୍ଚିଥିଲେ । ମନି ଲଣ୍ଡରିଂ ମାମଲାରେ ଇଡି ପଚରାଉଚରା କରିଥିଲା । ଗତକିଛି ମାସ ହେଲା ନବାବ ମଲିକ ଚର୍ଚ୍ଚାରେ ଥିଲେ । ଏନସିବିର ମୁମ୍ବାଇ ଜୋନ୍ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ମତ ଦେଇଥିଲେ ନବାବ ।
Enforcement Directorate arrests NCP leader and Maharashtra Minister Nawab Malik in connection with Dawood Ibrahim money laundering case pic.twitter.com/x4AJ0RqpxU
— ANI (@ANI) February 23, 2022
ଅଣ୍ଡରୱର୍ଲ୍ଡ କାର୍ଯ୍ୟକଳାପ, ଅବୈଧ ଭାବେ ସମ୍ପତ୍ତି କିଣିବା ଓ ହାୱଲା କାରବାର ନେଇ ଇଡି ଫେବ୍ରୁଆରୀ ୧୫ ତାରିଖରେ ମୁମ୍ବାଇରେ ଚଢ଼ାଉ କରିବା ସହ ଏକ ନୂଆ ମାମଲା ରୁଜୁ କରିଥିଲା । ଯାହା ପରେ ଆଜି ନବାବ ମଲିକଙ୍କୁ ଇଡି ଗିରଫ କରିଛି । ଇଡି ୧୦ଟି ସ୍ଥାନରେ ରେଡ୍ କରିଥିଲା । ୧୯୯୩ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ ଦାଉଦ ଇବ୍ରାହିମର ଦିବଂଗତ ଭଉଣୀ ହସିନା ପାର୍କର, ଭାଇ ଇକବାଲ୍ କାସକର ଓ ଛୋଟା ଶକିଲ ଓ ସମ୍ପର୍କୀୟ ସଲୀମ କୁରେଶୀ ପ୍ରମୁଖଙ୍କ ଘରେ ରେଡ୍ ହୋଇଥିଲା ।