spot_img

Latest Posts

ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ ଗିରଫ

ରାଞ୍ଚି: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲାମଙ୍କୁ ଇଡି ଗିରଫ କରିଛି। ବୁଧବାର ସକାଳେ ଦ୍ୱିତୀୟ ଥର ପାଇଁ ଇଡି ଆଲାମଗିରଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ତଦନ୍ତରେ ସହଯୋଗ ନକରିବାରୁ ମନ୍ତ୍ରୀ ଆଲାମଗିରଙ୍କୁ ଗିରଫ କରାଯାଇଛି।

 

ଟେଣ୍ଡର ସ୍କାମରେ ନିକଟରେ ଆଲାମଗିରଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରେ ଇଡି ଚଢାଉ କରିଥିଲା। ଏହି ଚଢାଉରେ ଇଡି ପ୍ରାୟ ୩୭ କୋଟି ଟଙ୍କା ଜବତ କରିଛି  । ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରାୟ ୩୫.୫ କୋଟି ଟଙ୍କା ଜବତ କରାଯାଇଥିଲା।

ଏହି ମାମଲାରେ ସଞ୍ଜୀବ ଲାଲ ଏବଂ ଜାହାଙ୍ଗୀର ଆଲାମଙ୍କୁ ଇଡି ଗିରଫ କରିଥିଲା। ପରେ ସଞ୍ଜୀବ ଲାଲଙ୍କ କାର୍ଯ୍ୟାଳୟରେ ଖୋଜାଖୋଜି ବେଳେ ପ୍ରାୟ ଅଢେଇ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଥିଲା। ସଂଜୀବ ଲାଲ ଏବଂ ଜାହାଙ୍ଗୀର ଆଲାମ ବର୍ତ୍ତମାନ ଇଡି ରିମାଣ୍ଡରେ ଅଛନ୍ତି। ଏଠାରେ କହିରଖୁଛୁ ଯେ ଇଡି ଚଢାଉ କରି କୋଟି କୋଟି ନଗଦ ଟଙ୍କା ମିଳିବା ଘଟଣାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତାମାନଙ୍କୁ ଟାର୍ଗେଟ କରିଛି ବିଜେପି।

 

 

ଆଲାମଗିର ଆଲାମ ହେଉଛନ୍ତି ରାଜ୍ୟର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଗତ ସପ୍ତାହରେ ତାଙ୍କ ଘରୋଇ ସହାୟକ ଘରୁ କୋଟି କୋଟି ଟଙ୍କା ଜବତ ପରେ ସେ ବିବାଦକୁ ଆସିଥିଲେ  ।

 

Latest Posts

Don't Miss