ଖୁବ୍‌ ଶୀଘ୍ର ସୁଧୁରିବ ଅର୍ଥନୀତି, ଲକ୍‌ଡାଉନ୍‌ ଯୋଗୁଁ ଖସିଥିଲା ଜିଡିପି

1 min read

ନୂଆଦିଲ୍ଲୀ: ପ୍ରକାଶ ପାଇବ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୈମାସିକ ଜିଡିପି ରିପୋର୍ଟ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ମାଇନସ୍‌ ୨୩.୯ ପ୍ରତିଶତ ଥିଲା । କରୋନା ମହାମାରୀ ପାଇଁ ପ୍ରଥମ ଥର ଏତେ ମାତ୍ରାରେ କମ୍‌ ରହିଥିଲା ଜିଡିପି ।

ଦ୍ୱିତୀୟ ତ୍ରୈମାସିକ ବା ଜୁଲାଇରୁ ସେପ୍ଟେମ୍ବର ଜିଡିପି ରିପୋର୍ଟ ଅପେକ୍ଷାକୃତ କମ୍‌ ସଂକୋଚନ ହେବ ବୋଲି କୁହାଯାଉଛି । ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞଙ୍କ ପକ୍ଷରୁ ଏନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଦ୍ୱିତୀୟ ତ୍ରୈମାସିକରେ ଜିଡିପି ମାଇନସ୍‌ ୮.୬ ପ୍ରତିଶତ ରହିପାରେ ।

HSBC ସିକ୍ୟୁରିଟି ଆଣ୍ଡ କ୍ୟାପିଟାଲ ମାର୍କେଟ୍‌ର ଆକଳନ ଅନୁସାରେ ଏହା ମାଇନସ୍‌ ୭.୯ ପ୍ରତିଶତ ରହିବ । କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୪ରେ ଲକ୍‌ଡାଉନ୍‌ କରିଥିଲେ କେନ୍ଦ୍ର ସରକାର । ଏପ୍ରିଲରୁ ଜୁନ୍‌ କ୍ୱାର୍ଟରରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥିର ରହିଥାଏ । ଲକ୍‌ଡାଉନ୍‌ ଯୋଗୁ ଏହି ସମୟରେ ଜିଡିପି ଖସିଥିଲା । ଅର୍ଗାନାଇଜେସନ୍‌ ଫର ଇକୋନୋକିମ୍‌ କର୍ପୋରେସନ୍‌ ଆଣ୍ଡ ଡେଭଲପମେଣ୍ଟ ବା ଓଇସିଡି ତଥ୍ୟ ଅନୁସାରେ ସମସ୍ତ ଜି-୨୦ ଦେଶ ମଧ୍ୟରେ ଭାରତର ଜିଡିପି କମ୍‌ ଥିଲା । ଲକ୍‌ଡାଉନ୍‌ ଉଠିବା ପରେ ଇନ୍‌ଭେଷ୍ଟମେଣ୍ଟ ଡିମାଣ୍ଡ ବଢିଛି । ତେଣୁ ଏଥର ଅପେକ୍ଷାକୃତ କମ୍‌ ସଂକୋଚନ ହୋଇପାରେ । ଅର୍ଥନୀତି ଟ୍ରାକ୍‌କୁ ଫେରିବା ନେଇ ଆଶା ରହିଛି ।

Leave a Reply