ବିତ୍ତୀୟ ନିଅଣ୍ଟ ହାର କରୋନା ପୂର୍ବ ସମୟ ଠାରୁ କମ୍ ରହିଛି: ଆର୍ଥିକ ପରାମର୍ଶଦାତା

1 min read

ନୂଆଦିଲ୍ଲୀ: ମୁଖ୍ୟ ଆର୍ଥିକ ପରାମର୍ଶଦାତା ସଞ୍ଜୀବ ସନ୍ୟାଲ ଅର୍ଥନୈତିକ ସର୍ଭେକୁ ନେଇ ଗଣମାଧ୍ୟମରେ ବିବୃତି ରଖିଛନ୍ତି । ବର୍ତ୍ତମାନ ଦେଶର ଆର୍ଥିକ ଗତିବିଧି କୋଭିଡ ପୂର୍ବର ଆର୍ଥିକ ସ୍ଥିତିକୁ ଅତିକ୍ରମ କଲାଣି । ସେ କହିଛନ୍ତି ଯେ, ସବୁ ସେକ୍ଟର ଭଲ ପ୍ରଦର୍ଶନ କରିଛନ୍ତି । ଯାହାକୁ ସେ ୧୦ ବର୍ଷ ପୂର୍ବର ସ୍ଥିତି ସହ ତୁଳନା କରିଛନ୍ତି । ସେ କହିଛନ୍ତି, ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୧-୨୨ରେ ୯.୨ପ୍ରତିଶତ ବଢ଼ିଛି । ଯାହା ୨୦୨୦-୨୧ରେ ପାଖାପାଖି ୭.୩ ପ୍ରତିଶତକୁ ହ୍ରାସ ଖସିଆସିଥିଲା । ସରକାରଙ୍କ ବିତ୍ତୀୟ ନିଅଣ୍ଟ କରୋନା ପୂର୍ବର ସ୍ତରଠାରୁ କମ୍ ରହିଛି । ଯାହା ଭଲ ଆର୍ଥିକ ସ୍ଥିତିର ସଂକେତ ।

କରୋନାର ପ୍ରଥମ ପ୍ରବାହ ଅପେକ୍ଷା ଅନ୍ୟ ପ୍ରବାହର ପ୍ରଭାବ କମ୍ ରହିଛି । ଏଣୁ ଅର୍ଥ ବ୍ୟବସ୍ଥା ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ।  ପ୍ରତିବର୍ଷ ଆଳୁ, ପିଆଜ ଓ ଟମାଟ ଦର ବୃଦ୍ଧି ଚର୍ଚ୍ଚାର ବିଷୟ । ଏଣୁ ଶୀତଳ ଭଣ୍ଡାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ଶିଳ୍ପ ଅଭିବୃଦ୍ଧି ହାର ୪.୧ ପ୍ରତିଶତ ରହିଛି । ଯାହା କରୋନା ପୂର୍ବ ସମୟର ସ୍ତରଠାରୁ ଅଧିକ । ବର୍ତ୍ତମାନ କୃଷି କ୍ଷେତ୍ରର ଅଭିବୃଦ୍ଧି ୮ ପ୍ରତିଶତ ରହିଛି । ଯାହା କରୋନା କାଳ ପୂର୍ବର ସ୍ଥିତି ଠାରୁ ଅଧିକ । ୨୦୧୬-୧୭ ବେଳକୁ ଦେଶର ଅଧିକାଂଶ ଅଞ୍ଚଳରେ ଷ୍ଟାର୍ଟଅପ୍ କଲଚର ନଥିଲା, କିନ୍ତୁ ଆଗାମୀ ୫ବର୍ଷ ପରେ  ଏବେ ୫୫୫ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ଷ୍ଟାର୍ଟଅପ୍ ରହିଛି ।

Leave a Reply