୧୩ଟି ନୂଆ ଇକୋ ଟ୍ୟୁରିଜିମ୍ ଓ ନେଚର କ୍ୟାମ୍ପର ହେବ ଉନ୍ନତିକରଣ

ଭୁବନେଶ୍ବର: ରାଜ୍ୟରେ ୧୩ଟି ନୂଆ ସ୍ଥାନରେ ହେବ ଇକୋ ଟ୍ୟୁରିଜିମ ଓ ନେଚର କ୍ୟାମ୍ପର ଉନ୍ନତିକରଣ । ୧୦ଟି ନୂଆ ସ୍ଥାନରେ ଇକୋ ରିଟ୍ରିଟର ଉନ୍ନତିକରଣ କରାଯିବ । ଏଥିରେ ରାତ୍ରିକାଳୀନ ରହଣିର ସୁବିଧା ରହିବ । ସେହିପରି ୩ଟି ନୂଆସ୍ଥାନରେ ନେଚର କ୍ୟାମ୍ପର ଉନ୍ନତିକରଣ କରାଯିବ । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏନେି ଘୋଷଣା କରିଚନ୍ତି ମଚଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ ବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତ୍ୟେକକଟେଜକୁ ଯାଇ ଏହା ଠିକରେ କାମ କରୁଚି କି ନାହିଁ, ଏହାର ରକ୍ଷଣାବେକ୍ଷଣ ଠିକରେ ହେୁଛି କି ନାହିଁ ତଦାରଖ କରିବାକୁ ନିର୍ଦ୍ଦର୍ଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ଆତିଥ୍ୟରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରିବାକୁ ମଧ୍ୟ ସେ ନିର୍ଦ୍ଦର୍ଶ ଦେଇଛନ୍ତି । ଏହାଦ୍ବାର ସେମାନେ ରୋଜଗାର କରିବା ସହ ପରିବେଶର ସୁରକ୍ଷା କରିପାରିବେ । ଏହାସହ ଗତ ୫ ବର୍ଷ ମଧ୍ୟରେ ଇକୋ ପର୍ଯ୍ୟଟନ ସ୍ଥଳ
ଇକୋ ରିଟ୍ରିଟରେ କୋରାପୁଟର ଦେଓମାଳି ପର୍ବତମାଳା, କଳାହାଣ୍ଡିର ଜାକମ, ଦକ୍ଷିଣ ସିମିଳିପାଳର ନଓ୍ବାନ, ଫୁଲବାଣୀର ସିଲଭିକଲଚର ଗାର୍ଡନ୍, ପୁରୀ ଅସ୍ତରଙ୍ଗ ମୁହାଣ, କୋରାପୁଟର କୋଟିଆ, ରାଇରଙ୍ଗପୁରର ଖଡ଼ଖାଖ ଡ୍ୟାମ୍, ଗଞ୍ଜାମ ବ୍ରହ୍ମପୁର ପାର୍ଶ୍ବର ମହେନ୍ଦ୍ରଗିରି, କେନ୍ଦୁଝରର କାଞ୍ଜିପାଣି ଘାଟ ଓ ହଦଗଡ଼ ଡ୍ୟାମ ରହିଛି । ସେହିପରି ନେଚର କ୍ୟାମ୍ପରେ କୋରାପୁଟର ରାଣୀ ଡୁଡୁମା, କଟକର ଡାଲଟନଗଡ଼ ଓ ନୟାଗଡ଼ ଝାଡେଶ୍ବରୀ ମନ୍ଦିର ନିକଟ ଭଣ୍ଡାରପାହାଡ଼ ରହିଛି ।
ବର୍ତ୍ତମାନ ରାଜ୍ୟରେ ୫୦ଟି ଇକୋ ରିଟ୍ରିଟ୍ ଓ ନେଚର କ୍ୟାମ୍ପ ରହିଛି । ନୂଆ ୧୩ଟି ଏଥିରେ ସାମିଲ ହେବା ପରେ ଏହି ସଂଖ୍ୟା ରାଜ୍ୟରେ ବଢ଼ି ୬୩ରେ ପହଞ୍ଚି ଯିବ । ଏସବୁ ସ୍ଥାନର କଳେବର ବୃଦ୍ଧି ପରେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ରାଜସ୍ବ ଆଦାୟ ମଧ୍ୟ ବଢ଼ିଛି । ଏସବୁ ସ୍ଥାନକୁ ଯିବା ପାଇଁ ଅନଲାଇନ୍ରେ ଟିକେଟ୍ ବୁକିଂର ସୁବିଧା ମଧ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ଏସବୁ ପର୍ଯ୍ୟଟନ ସ୍ଥଳର ଉନ୍ନତିକରଣରେ ୯୫ କୋଟି ଟଙ୍କା ବ୍ୟୟ କରାଯାଇଛି ।