spot_img

Latest Posts

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ମଜା ନେଉଛନ୍ତି ଲୋକେ

କନ୍ଧମାଳ : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ହେଉଛି ବିକାଶ । ପର୍ଯ୍ୟଟନ ଋତୁରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଭିଡ ଜମୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ମଜା ନେଉଛନ୍ତି ଲୋକେ ।

ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟେ କନ୍ଧମାଳର ଦାରିଙ୍ଗବାଡ଼ିକୁ । ସୁସ୍ଥ ବାତାବରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣେ ନିଜ କୋଳକୁ। ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ରାଜ୍ୟ ସରକାର ଯେଉଁ ଇକୋ ରିଟ୍ରିଟର ବ୍ୟବସ୍ଥା କରିଛନ୍ତି ଏହାକୁ ନେଇ ପର୍ଯ୍ୟଟକଙ୍କ ମନରେ ବେସ୍ ଉତ୍ସାହ ଦେଖିବାକୁ ମିଳିଛି। ଜଙ୍ଗଲ ପାହାଡ଼ କୋଳରେ ଥିବା ଦାରିଙ୍ଗବାଡ଼ିର ଏହି ଇକୋ ରିଟ୍ରିଟରେ ତମ୍ବୁତଳେ ପଞ୍ଚ ତାରକା ହୋଟେଲର ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି ପର୍ଯ୍ୟଟକ ।

ଇକୋ ରିଟ୍ରିଟର ସମସ୍ତ କର୍ମଚାରୀ ଅତିଥି ମାନଙ୍କୁ ଉତ୍ତମ ସେବା ଯୋଗାଉଛନ୍ତି । ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଗାଇଡ୍ ମାନଙ୍କ ଦ୍ୱାରା ସୁରକ୍ଷିତ ଭାବେ ଭ୍ରମଣ କରାଉଛନ୍ତି। ଏଥିସହିତ ସନ୍ଧ୍ୟା ସମୟରେ ଅତିଥି ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରିଛନ୍ତି କର୍ତ୍ତୃପକ୍ଷ । ଏଠାକାର ପରିବେଶ ଅତି ସୁନ୍ଦର ଓ ମନଲୋଭା, ରାଜ୍ୟ ସରକାର ପର୍ଯ୍ୟଟକଙ୍କ ପାଇଁ ଏଭଳି ସ୍ୱ୍ତନ୍ତ୍ର ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ପର୍ଯ୍ୟଟକ ।

Latest Posts

Don't Miss