ଉଦ୍ଧବଙ୍କୁ ମିଳିଲାନି ଶିବସେନା, ଧନୁ-ତୀର ନେଇଗଲେ ଏକନାଥ ସିନ୍ଦେ

1 min read

ମୁମ୍ବାଇ: ଧନୁ-ତୀର ନେଲେ ଏକନାଥ ସିନ୍ଦେ  । ସିନ୍ଦେ ନେଇଗଲେ ଶିବସେନା  । ମୂଳ ଶିବସେନାକୁ ନେଇ ମାମଲା ଚାଲିଥିବାବେଳେ ଭାରତୀୟ ନିର୍ବାଚନ ଆୟୋଗ ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି  । ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକେରଙ୍କ ମଧ୍ୟରେ ଚାଲିଥିଲା ଶିବସେନାକୁ ନେଇ ଲଢେଇ  । କିଏ ହେବେ ଶିବସେନା ନେତା ସେନେଇ ଚାଲିଥିଲା ନିର୍ବାଚନ ଆୟୋଗଙ୍କ ପାଖରେ ମାମଲା  । କିନ୍ତୁ ନିର୍ବାଚନ ଆୟୋଗ ଶିବସେନା ଗୋଷ୍ଠୀକୁ ଶିବସେନା ମିଳିଛି  ।

ସେପଟେ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛି ଉଦ୍ଧବ ଠାକେରଙ୍କ ଗୋଷ୍ଠୀ  । ନିର୍ବାଚନ ଆୟୋଗ ବିଜେପିର ଏଜେଣ୍ଟ ଭଳି କାର୍ଯ୍ୟ କରୁଛି  । ମାମଲା କୋର୍ଟରେ ଚାଲିଥିଲା ବେଳେ କାହିଁକି ଶିବସେନାକୁ ସିନ୍ଦେ ଗୋଷ୍ଠୀକୁ ଦିଆଗଲା ବା ଘୋଷଣା କରାଗଲା, ତାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଦ୍ଧବ ଠାକେରଙ୍କ ଗୋଷ୍ଠୀ  । ଅନ୍ୟପଟେ ଏଭଳି ବିରାଟ ବିଜୟକୁ ନେଇ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଖୁସି ଦେଖିବାକୁ ମିଳିଛି  ।